ଯୋଡା ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡରେ ସାନିଟାଇଜେସନ

0 93

ଯୋଡା: କରୋନା ଭୁତାଣୁ ସଂକ୍ରମଣର ଦିନ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ସତର୍କତା ମୂଳକ ଭାବେ ଯୋଡା ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଶନିବାର ଦିନ ସକାଳୁ ବିଲେଇପଦା ଅଗ୍ନିସମ ବିଭାଗ ସହାୟତାରେ ବ୍ଲିଚିଂ ପାଉଡର ପାଣିକୁ ବିଭିନ୍ନ ଜନ ସମାଗମ ହୋଉଥିବା ସ୍ଥାନରେ ସିଂଚନ କରାଯାଇ ବିଷୋଧନ କରାଯାଇଛି । କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏହି ବିଷୋଧନ କାର୍ଯ୍ୟ ଆରମ୍ଭ କରାଯାଇ କମାରଯୋଡା ଆହାର କେନ୍ଦ୍ର, ଯୋଡା ପୁଲିସ ଷ୍ଟେସନ, ବ୍ଲକ ଛକ, ଶାସ୍ତ୍ରୀ ନଗର ଆହାର କେନ୍ଦ୍ର ପ୍ରଭୁତି ସ୍ଥାନରେ ସିଂଚନ କରାଯାଇଛି । ଏହ କାର୍ଯ୍ୟକ୍ରମରେ ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର କର୍ମଚାରୀ, ଅଗ୍ନିସମ ବିଭାଗର ଦିଲ୍ଲିପ ବେହେରା ଏବଂ ସେମାନଙ୍କର ୧୦ଜଣ ସହଯୋଗୀ ଭାଗନେଇଥିଲେ । ପୌରପାଳିକା ପକ୍ଷରୁ ବୁଲା କୁକୁର, ଗାଈ, ଷଣ୍ଢ ପ୍ରଭୁତି ପ୍ରାଣୀମାନଙ୍କୁ ନିମନ୍ତେ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରାଯାଇଛି ।
୧୪ଟି ୱାର୍ଡର ପ୍ରାଥମିକ ଗୃହ କର୍ତ୍ତା (ପିଏଚ୍‌ଏଚ୍‌) କୁ ମୁଣ୍ଡ ପିଛା ୫ କେଜି ହିସାବରେ ତିନି ମାସର ଚାଉଳ, ଅନ୍ତଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କେଜି ହିସାବରେ ତିନି ମାସର ୧୦୫ କେଜି ଚାଉଳ, ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିନରେ ୫ କେଜି ହିସାବରେ ତିନି ମାସର ୧୫ କେଜି ଚାଉଳ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ରବିବାର ଦିନ ଯୋଡା ପୌରପାଳିକାରେ ରାସନ କାର୍ଡ ଧାରକଙ୍କ ପାଇଁ ପ୍ରତି କାର୍ଡ ପିଛା ଏକ ହଜାର ଟଙ୍କା ଲେଖାଁ ସରକାର ଲକ୍ ଡାଉନକୁ ଦୃଷ୍ଟିରେ ରଖି ପ୍ରଦାନ କରିବାର ଯୋଜନା କରାଯାଇଛି । ଏହି ପରିପେକ୍ଷୀରେ ଯୋଡା ପୌରପାଳିକାରେ ୭୮ଲକ୍ଷ ୬୯ ହଜାର ଟଙ୍କା ବିତରଣ କରାଯିବ ବୋଲି ନିର୍ବାହୀ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

one × four =