କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ

0 51

କନ୍ଧମାଳ,୨୦/୬- ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଜୀଙ୍କ ୫୧ ତମ ଜନ୍ମଦିନକୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ ବୃଦ୍ଧ ବୃଦ୍ଧା ଏବଂ ଦିନ ମଜୁରିଆ ମାନଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ସହ କରୋନା ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କନ୍ଧମାଳ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ହୋଇଥିବା ବେଳେ ମାନସ ନାୟକ, କେ. ତପନ କୁମାର ସୁବୁଦ୍ଧି, ସମୀର, ଅମରେଶ ଦନ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =