ଓଡିଶାରେ ଜିଓର ରାଜ୍‌

0 89

ଭୁବନେଶ୍ୱର,୨୦/୬- ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖିଛି ଜିଓ । ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି ଜିଓ । ଓଡ଼ିଶାରେ ରିଲାଏନ୍ସ ଜିଓର ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି । (ଟ୍ରାଇ) ତଥ୍ୟ ଅନୁଯାୟୀ ରାଜ୍ୟରେ ୧.୪୩ କୋଟିରୁ ଅଧିକ ଜିଓ ମୋବାଇଲ ଗ୍ରାହକ ଅଛନ୍ତି ।ମାର୍ଚ୍ଚ ସୁଦ୍ଧା ଏୟାରଟେଲ ୬୪,୭୦୧ ଓ ଜିଓ ୪୯,୧୩୩ ଗ୍ରାହକ ଯୋଡ଼ିଛନ୍ତି । ମାର୍ଚ୍ଚ ମାସରେ ଭୋଡାଫୋନ-ଆଇଡିଆ ୫୨,୭୫୧ ଗ୍ରାହକ ହରାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ମୋବାଇଲ ଗ୍ରାହକ ୩.୪୩ କୋଟି ଅତିକ୍ରମ କରିଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ଦେଶରେ ଜିଓ ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ।ଏୟାରଟେଲ ପ୍ରାୟ ୪୦ ଲକ୍ଷ ଗ୍ରାହକ ଯୋଡ଼ିଛି । ଓଡ଼ିଶାରେ ମୋଟ ରାଜସ୍ୱର ୫୦%ରୁ ଅଧିକ ଅଂଶ ହାସଲ କରିଛି ଜିଓ । ରାଜ୍ୟର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ଜିଓ ହୋଇଛି । ଏବେ ସୁଦ୍ଧା ରାଜ୍ୟର ୨୬ରୁ ଅଧିକ ପ୍ରମୁଖ ସହରରେ ଜିଓ ଫାଇବର ସେବା ଉପଲବ୍ଧ ହେଉଛି ।

hiranchal ad1
Leave A Reply

Your email address will not be published.

seventeen − three =