କୋଟିକୋଟି ଟଙ୍କା ରୋଜଗାର କରୁଥିବା ୫ ବଲିଉଡ ଅଭିନେତ୍ରୀ

0 49

ନୂଆଦିଲ୍ଲୀ: ଗୋଟିଏ ସମୟ ଥିଲା ଯେତେବେଳେ କେବଳ ହିରୋମାନଙ୍କୁ ଚଳ଼ଚ୍ଚିତ୍ରରେ ଗୁରୁତ୍ୱ ଦିଆଯାଉଥିଲା । ଅବଶ୍ୟ, ସମୟ ବଦଳିବା ସହିତ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳି ଯାଇଛି ଏବଂ ବର୍ତ୍ତମାନ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଏକାକୀ ଫିଲ୍ମକୁ ହିଟ୍‌ କରିବାର ଦକ୍ଷତା ରଖିଛନ୍ତି । ଏହା ସହିତ ଏହି ଅଭିନେତ୍ରୀମାନେ ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଉଛନ୍ତି । ଆଜି ଆମେ ଆପଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ୫ ଜଣ ଅଭିନେତ୍ରୀଙ୍କ ସହ ପରିଚିତ କରିବାକୁ ଯାଉଛୁ, ଯେଉଁମାନେ ରୋଜଗାର ଦୃଷ୍ଟିରୁ ଏକ ବଡବଡ ସୁପରଷ୍ଟାରଠାରୁ କମ୍‌ ନୁହଁନ୍ତି ।

ଦୀପିକା ପାଦୁକୋନ
୨୦୦୭ ମସିହାରେ ଶାହାରୁଖ ଖାନଙ୍କ ସହ ‘ଓମ୍‌ ଶାନ୍ତି ଓମ୍‌’ ଚଳଚ୍ଚ଼ିତ୍ରରେ ଡେବ୍ୟୁ କରିଥିବା ପାଦୁକୋନଙ୍କ ନାମ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛି


ପ୍ରିୟଙ୍କା ଚୋପ୍ରା
ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅଭିନୟ କରୁଥିବା ପ୍ରିୟଙ୍କା ଚୋପ୍ରା ମଧ୍ୟ ବଲିଉଡର ଅନ୍ୟତମ ପ୍ରସିଦ୍ଧ ତଥା ମହଙ୍ଗା ଅଭିନେତ୍ରୀ ଅଟନ୍ତି ।

hiring


କଙ୍ଗନା ରାଣାଉଟ୍‌
କଙ୍ଗନା ରାନାୱତ ବଲିଉଡର ଏପରି ଜଣେ ହିରୋଇନ୍‌, ଯିଏ ନିଜର ଦମରେ ଫିଲ୍ମକୁ ହିଟ୍‌ କରାଇବାର କ୍ଷମତା ରଖିଛନ୍ତି । କଙ୍ଗନାଙ୍କ ନାମରେ ଅନେକ ଜାତୀୟ ପୁରସ୍କାର ରହିଛି, ଯାହା ସହିତ ସେ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ମଧ୍ୟ ହୋଇପାରିଛନ୍ତି ।


କରୀନା କପୁର ଖାନ
ଫିଲ୍ମ ‘ଶରଣାର୍ଥୀ’ ସହିତ ବଲିଉଡରେ ପ୍ରବେଶ କରିଥିବା କରୀନା କପୁର ମଧ୍ୟ ତାଙ୍କ ନାମକୁ ବଲିଉଡର ସବୁଠାରୁ ଚାହିଦା ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି ।

ଆଲିଆ ଭଟ୍ଟ
ଆଲିଆ ଭଟ୍ଟ ବୟସରେ ଏମାନଙ୍କ ମଧ୍ୟରୁ କନିଷ୍ଠ ହୋଇପାରନ୍ତି, କିନ୍ତୁ ରୋଜଗାର ଦୃଷ୍ଟିରୁ ସେ କାହାଠାରୁ କମ୍‌ ନୁହଁନ୍ତି । ଡିୟର ଜିନ୍ଦେଗୀ, ଉଡତା ପଞ୍ଜାବ, ହାଇୱେ ଏବଂ ଗୁଲି ବଏ ଭଳି ଚଳଚ୍ଚିତ୍ରରେ କାମ କରି ଆଲିଆ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀ ହୋଇପାରିଛନ୍ତି ।

hiranchal ad1
Leave A Reply

Your email address will not be published.

5 − four =