କରୋନା ସଚେତନତା ପାଇଁ କରମସାନି

0 118

ବଲାଙ୍ଗୀର : ବିଜେଡି କଳାକାର ସମନ୍ୱୟ ସାମ୍ମୁଖ୍ୟ ବଲାଙ୍ଗୀର ତରଫରୁ ଲୋକଙ୍କୁ କରୋନା ଓ ଟିକା ସଂପର୍କରେ ସଚେତନତା କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ପୁଇଁତଲା ବ୍ଳକ ଭାଲେର ପଞ୍ଚାୟତ ମାକୃପାଲି ଗାଁରେ କରୋନା କରମସାନି ଆୟୋଜିତ ହୋଇଥିଲା । କଳାକାର ଘନଶ୍ୟାମ ରାୟ ଓ ସାଥି କରମସାନି ଷ୍ଟାଇଲରେ ମାଦଲର ତାଳେ ତାଳେ କରୋନାରୁ ରକ୍ଷା ପାଇବା ପାଇଁ ସତର୍କ କରାଇବା ସହ ଟିକା ନେବା ସଂପର୍କରେ ବାର୍ତ୍ତା ଦେଇଥିଲେ । ମହାମାରୀ ୨ୟ ଲହର ଗାଁରେ ପ୍ରାଦୁର୍ଭାବ ବଢିଥିଲା ଓ ସାମ୍ଭାବ୍ୟ ୩ୟ ଲହରକୁ ଦୃଷ୍ଟିରେ ରଖି ଗାଁ ଲୋକଙ୍କୁ ଅଧିକ ସଜାଗ କରିବା ପାଇଁ ଜିଲ୍ଲା ବିଜେଡି କଳାକାର ସମନ୍ୱୟ ସାମ୍ମୁଖ୍ୟ ତରଫରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଦାୟିତ୍ୱ ପାଇଁ ପ୍ରୟାସ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

16 + six =