କନ୍ଧମାଳରେ ଶୀତ ଲହରୀ, ଜାଡରେ ଅସ୍ତବ୍ୟସ୍ତ ଜନଜୀବନ

0 47

ବାଲିଗୁଡ଼ା: କନ୍ଧମାଳରେ ଲାଗି ରହିଛି ଶୀତର ଲହରୀ । ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବାବେଳେ ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରହିଛି । ଲଗାତାର ତାପମାତ୍ରା ହ୍ରାସ ପାଉଥିବା ଯୋଗୁଁ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, କୋଟଗଡ଼ ଅଞ୍ଚଳରେ ବଢ଼ିଲାଣି ଶୀତ । କାକର ଟୋପାରେ ଝଲସୁଛି ଘାସ ଗାଲିଚା । ସକାଳୁ ସକାଳୁ ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଥିବାରୁ ସତର୍କତା ଅବଲମ୍ବନ କରୁଛନ୍ତି ଚାଳକ । ସେପଟେ ନିଜକୁ ଫିଟ୍‌ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ୱାକ୍‌,ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍‌ ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ଜମିବା ସହ ସ୍ଥାନେ ସ୍ଥାନେ ଶୀତରୁ ଟିକେ ରକ୍ଷା ପାଇବା ପାଇଁ ନିଆଁ ପୁଇଁବାର ମଧ୍ୟ ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

twelve + three =