ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

0 86

ଫୁଲବାଣୀ : ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତି ନିମିଶ ପାଣ୍ଡିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ସେବା ସମିତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ସହିତ ସଂଗଠନର ଜାତୀୟ ଆଧ୍ୟାତ୍ମିକ ସଂଯୋଜକ ମୁରଲୀ ଯଜୁ, ଜାତୀୟ ଆଦିବାସୀ ଉନ୍ନୟନ ନିର୍ବାହକ ଡିଏସ ରାମୁ, ରାଜ୍ୟ ଆୟକର ପ୍ରିନ୍ସିପାଲ ଡାଇରେକ୍ଟର ଜେ.କ୍ରିଷ୍ଣା କିଶୋର ଓ ରାଜ୍ୟ ଟ୍ରଷ୍ଟର ପୂର୍ବତନ ସଭ୍ୟ ସମ୍ପାଦକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ୪୦୦ରୁ ଉର୍ଦ୍ଧ୍ୱ ସାଇ ଆଶ୍ରିତମାନଙ୍କୁ ପ୍ରେରଣା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିମିଶ ପାଣ୍ଡିଆ ମହୋଦୟ ଉଦବୋଧନ ଦେଇ ସଂଗଠନର ଆଭିମୁଖ୍ୟ ଓ ସମାଜରେ ଏକ ସୁସ୍ଥ ତଥା ପ୍ରେମପୂର୍ଣ୍ଣ ବାତାବରଣର ସୃଷ୍ଟି ଉପରେ ଆଲୋକପାତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କ୍ରିଷ୍ଣା କିଶୋର ମଧ୍ୟ ସ୍ୱାମୀଙ୍କ ବାର୍ତ୍ତା ସମ୍ବନ୍ଧୀୟ ଏକ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ କନ୍ଧମାଳର ଜିଲ୍ଲା ସଭାପତି ମଧୁସୂଦନ ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ରାଜ୍ୟ ଯୁବ ସଂଯୋଜକ ଚିନ୍ମୟ ପତି, ସାଇ ପ୍ରଶାନ୍ତି ମହାନ୍ତି ପରିଚାଳନା କରିଥିଲେ ଓ ଶେଷରେ ସରୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + 15 =