ପିଲାଙ୍କ ଝଗଡ଼ାରୁ କଙ୍ଗାରୁକୋର୍ଟ, ୩ ମହିଳା ଗିରଫ

0 318

ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌ କରୁଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

hiring

ଏହି ୩ ମହିଳା ସାଲିଆ ସାହି ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିଲେ । ପିଲାଙ୍କ ମଧ୍ୟରେ ଝଗଡ଼ାକୁ ନେଇ ପରିବାର ଲୋକଙ୍କଠାରୁ ଜୋର ଜବରଦସ୍ତ ଜରିମାନା ଆଦାୟ କରୁଥିଲେ। ଟଙ୍କା ନଦେଲେ ଉକ୍ତ ପରିବାରକୁ ଏକଘରକିଆ କରିବା ସହ ପାଣି ଓ ବିଜୁଳି କାଟିଦେବା ପାଇଁ ଧମକ ଦେଉଥିଲେ।

hiranchal ad1
Leave A Reply

Your email address will not be published.

eleven + 20 =