ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଣ୍ଟାମାଳ ବିଜେଡି ତରଫରୁ ବିକ୍ଷୋଭ

0 151

କଣ୍ଟାମାଳ,୨୪/୧୧- କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ହ୍ରାସ କରିବା ପାଇଁ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ ତରଫରୁ ବିକ୍ଷୋଭ କରାଯିବା ସହ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ବିଜେଡି ସଭାପତି ମହୀଧର ରଣାଙ୍କ ତତ୍ତ୍ୱାବଧାନରେ ଗ୍ୟାସ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

hiring

ଉକ୍ତ ସଭାରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ,ବୌଦ୍ଧ ବ୍ଲକ ଅଧକ୍ଷା ରେବତୀ ମହାଲିକ ,ବିଜୁ ମହିଳା ସଭାନେତ୍ରୀ ମମତା ପ୍ରଧାନ, କୃଷକ ସେଲ ସଭାପତି ଶାନ୍ତନୁ ଥାଟି, ବିଜେଡି ଯୁବ ସଭାପତି ଶମ୍ଭୁ ସାହୁ , ଜିଲ୍ଲା ଉପସଭାପତି ବିଜୟ ବାରିକ ଏବଂ ବିଜୁ ଜନତାଦଳର କର୍ମକର୍ତ୍ତା ବହୁସଂଖ୍ୟାରେ ମା ମହିଳାମାନେ ଉପସ୍ଥିତ ଥିଲେ । ଗ୍ୟାସଦର ପ୍ରତିବାଦ ସଭା ପରିଚାଳନା କରିଥିଲେ ପ୍ରେମରାଜ ରଣା ।

ବ୍ଲକସଭାପତି ବିପିନ ଭୋଇ , ଜିଲ୍ଲା ସାଧାରଣ ସମ୍ପାଦକ ସୁଜିତ ମେହେର, ଜିଲ୍ଲା ଉପସଭାପତି ବିକ୍ରମ ମହାକୁଡ଼, ଯୁବନେତା ବିପିନ ପଧାନ, ଛାତ୍ର କାର୍ଯ୍ୟକାରୀ ସଭାପତି ତନମେୟ ସାହୁ ଜିଲ୍ଲାପରିଷଦ ଜୋନ.୧ ମୁକ୍ତାସିନୀ ମଲ୍ଲିିକ, ମୁରଲୀ ସେଠୀ, ଦେବୀପ୍ରସାଦ ନାୟକ ,ସୁଶୀଲ ,ପ୍ରଶାନ୍ତ ,ପ୍ରଦିପ ଅଗ୍ରୱାଲ ସଭାରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × one =