ବାପା ନା ପିଶାଚ : ୪ ମାସର ଶିଶୁ କନ୍ୟାକୁ କଚାଡି ମାରିଲା

0 117

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନିକଟ ନାରାୟଣପ୍ରସାଦ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଏବଂ ନୃଶଂସ ଘଟଣା, ଯେଉଁଠି ଜନ୍ମ କଲା ବାପା ନିଜ ୪ ମାସର ନିଷ୍ପାପ ଶିଶୁ କନ୍ୟାକୁ ସିମେଣ୍ଟ କଂକ୍ରିଟ ଉପରେ କଚାଡି ମାରି ଦେଇଛି । କଶ୍ଟାମାଳ ଥାନାରେ ହୋଇଥିବା ରିପୋର୍ଟ ପ୍ରକାରେ ନାରାୟଣପ୍ରସାଦ ଗ୍ରାମର ଲୋକନାଥ ସାହୁଙ୍କ ଝିଅ ଅଞ୍ଜଳୀ ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଶ୍ୟାମସୁନ୍ଦର ଖଟୁଆଙ୍କୁ ବିବାହ କରିଥିଲେ । ଶ୍ୟାମସୁନ୍ଦରଙ୍କ ଘରେ ପାରିବାରିକ ଗଣ୍ଡୋଗଳ ହେତୁ ଶ୍ୟାମ ନିଜ ସ୍ତ୍ରୀକୁ ନେଇ ଶାଶୁର ଘର ନାରାୟଣପ୍ରସାଦରେ ରହୁଥିଲା । ଇତି ମଧ୍ୟରେ ଉଭୟଙ୍କ ଏକ ଚାରି ମାସର ଶିଶୁ କନ୍ୟା ଜନ୍ମ ହୋଇ ଥିବା ବେଳେ ଶିଶୁଟିର ନାମ ଅରଭି ରଖିଥିଲେ । ହେଲେ ଜନ୍ମିତ ଶିଶୁଟି ମୋର ନୁହଁ ତୁ ଅନ୍ୟ ପିଲା ସହିତ ସଂପର୍କ ରଖି ଅନ୍ୟର ପାପ ଗର୍ଭରୁ ଜାତ ବୋଲି ଶ୍ୟାମ ସୁନ୍ଦର ସ୍ତ୍ରୀ ଅଞ୍ଜଳୀକୁ ବାରମ୍ବାର ତିରସ୍କାର କରିବା ସହ ମାନସିକ ଶାରିରୀକ ନିର୍ଯାତନା ଦେଇ ଆସୁଥିଲା । ହେଲେ ଆଜି ଅପରାହ୍ନ ୩.୩୦ ମିନିଟରେ ଅଞ୍ଜଳିର ବାପା, ମା ଗାଁ ମୁଣ୍ଡରେ ଦେଇଥିବା ହୋଟେଲକୁ ଯାଇଥିବା ବେଳେ ଶ୍ୟାମ ସୁନ୍ଦର ଓ ଦୀପାଞ୍ଜଳୀ ମଧ୍ୟରେ ଶିଶୁ କନ୍ୟାକୁ ନେଇ କଥା କଟାକଟି ହୋଇ ଥିଲା ଏବଂ ଶ୍ୟାମ ସୁନ୍ଦର ମା ଓ ଝିଅ ଉଭୟଙ୍କୁ ଜୀବନରେ ମାରି ଦେବି ବୋଲି କହି ଶିଶୁ କନ୍ୟାକୁ ଟାଣି ଆଣି ସିମେଣ୍ଟ ଉପରେ କଚାଡି ଦେଇଥିଲା । ଘଟଣାସ୍ଥଳରେ ହିଁ ଶିଶୁ କନ୍ୟାଟି ଅଚେତ ହୋଇ ପଡି ଥିଲା ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କଣ୍ଟାମାଳ ଓ ପରେ ସୁବର୍ଣ୍ଣପୁର ଜଗିଲ୍ଲା ଡାକ୍ତରଖାନାକୁ ପରିବାର ଲୋକେ ନେଇଥିଲେ ହେଁ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାକୁ ନେଇ ଆଜି ରାତିରେ ଲୋକନାଥ ସାହୁ ନିଜ ଜ୍ୱାଇଁ ବିରୁଦ୍ଧରେ କଣ୍ଟାମାଳ ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ପିଶାଚ ବାପାକୁ ଗ୍ରାମବାସୀ ବାନ୍ଧି ରଖିଥବା ଜଣାଯାଇଛି । ଘଟଣା ସଂପର୍କରେ ପୋଲସ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ।

hiranchal ad1
Leave A Reply

Your email address will not be published.

five × two =