ନିର୍ମାଣ କାମ ନସରୁଣୁ ଦବିଗଲା ଛାତ

0 105

ଖପ୍ରାଖୋଲ,୨୩/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତର କନ୍ଦରାଭଟାରେ ପବିତ୍ର ଶୈବପୀଠ ଜଳ ମହାଦେବ ମନ୍ଦିର ଅବସ୍ଥିତ ରହିଛି । ଏହା ଏକ ସର୍ବପୁରାତନ ଶୈବପୀଠ ହୋଇଥିବାବେଳେ ଭକ୍ତଙ୍କ ମନସ୍କାମନା ପୂରଣ ହେଉନଥିବାରୁ ପାପନାସିନୀ ଝରଣାରେ ସ୍ନାନ କରି ପ୍ରଭୁ ଜଳ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଦୈନନ୍ଦିିନ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ଏହାସହ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ଭୋଜିଭାତ ସହ ପ୍ରାକୃତିକ ଦୃଶ୍ୟର ନିଆରା ମଜା ନେବାପାଇଁ ଆସୁଥିବା ଦେଖିବାକୁ ମିଳେ । ଉକ୍ତ କାରଣରୁ ପ୍ରଶାସନ ତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିବାହ, ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ସହ ରହିବାପାଇଁ ଧର୍ମଶାଳା ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି । ହେଲେ ନିର୍ମାଣ ହେଉଥିବା ଧର୍ମଶାଳା ଗୃହଟିର କଂକ୍ରିଟ ଛାତ ପଡ଼ିଥିବାବେଳେ ଛାତର ସେଣ୍ଟ୍ରିଂ ଖୋଲା ନହେବା ଆଗରୁ ଛାତଟି ଦବି ଯାଇଥିବା ଅଭିଯୋଗ ହେଉଛି । ଏନେଇ ସ୍ୱେଚ୍ଛାସେବୀ ଶତ୍ରୁଘ୍ନ ନାଏକ ଏକ ଅଭିଯୋଗ ପତ୍ର ବ୍ଲକ ପ୍ରଶାସନକୁ ଦେଇଥିଲେ । ଏଥିସହ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ପୁଣିଥରେ ଭଲଭାବରେ ଉକ୍ତ ଗୃହକୁ ନିର୍ମାଣ କରିବାପାଇଁ କହିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × one =