ପିଚୁ ରାସ୍ତା କରିବାପାଇଁ ଦାବି

0 39

ଖପ୍ରାଖୋଲ,୧୩/୧୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଭାଲୁଡୁଙ୍ଗୁରି ଠାରୁ କପସିପାଲି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି କଚ୍ଚା ରାସ୍ତା ଦେଇ ପ୍ରତିଦିନ ଭାଲୁଡୁଙ୍ଗୁରି ଓ କପସିପାଲି ଗ୍ରାମର ଲୋକମାନେ ଦୈନନ୍ଦିନ କାର୍ଯ୍ୟରେ ଯାଉଥିବାବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ ଯାଉଛନ୍ତି । ରାସ୍ତା ସାରା ଖାଲଖମା ଓ ଢିପରେ ଭରି ରହିଛି । ଫଳରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଛାତ୍ରଛାତ୍ରୀ ସ୍କୁଲ ଯିବାଆସିବା ବେଳେ ଓ ବର୍ଷା ଦିନେ ଅତ୍ୟଧିକ ଅସୁବିଧା ଭୋଗ କରନ୍ତି । ଏହି ରାସ୍ତାରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ତେଣୁ ଏହି ରାସ୍ତାକୁ ପିଚୁ ରାସ୍ତାରେ ପରିଣତ କରିବାକୁ ଭାଲୁଡୁଙ୍ଗୁରି ଓ କପସିପାଲି ଗ୍ରାମବାସୀ ବଲାଙ୍ଗିର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

eight − four =