କୃଷି ବୀମା ପ୍ରଦାନର ଅନିୟମିତତା ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

0 35

ଖପ୍ରାଖୋଲ,୩୧/୧୦ : କୃଷି ବୀମା ଦାବିକୁ ନେଇ ଜୋର ଧରୁଛି ଆନ୍ଦୋଳନ, ତାତିଲେଣି ଚାଷୀ…..ଅନେକଥର ଧାରଣା ଓ ଆନ୍ଦୋଳନ ହେବା ପରେ ମଧ୍ୟ ଫଳ ଶୂନ..କୌଣସି ପଦକ୍ଷେପ ନାହିଁ । ଲାଠୋର ରେଳରୋକ , ଟିଟିଲାଗଡ଼ ରେଳରୋକ ପରି ଅନେକ ଥର ଚାଷୀ ତାର ବୀମା ରାଶି ପାଇବାକୁ ନ୍ୟାର୍ଯ୍ୟ ଦାବି କରିଆସୁଛି ହେଲେ ପ୍ରଶାସନ ତରଫରୁ ସମୟ ଗଡାଇ ଚାଲିଥିବା ଓ ୩୦ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ପ୍ରଶାସନ କୌଣସି ପଦକ୍ଷେପ ନନେବା ଚାଷୀଙ୍କୁ ପୁଣି ଥରେ ଆନ୍ଦୋଳନ କରିବାକୁ ବାଧ୍ୟ କରୁଛି । ସେଇଥିପାଇଁ ଆଜି ଖପ୍ରାଖୋଲ ଠାରେ ବ୍ଲକ ଚାଷୀ ସଂଘର ଆବାହକତ୍ୱ ଏକ ଜରୁରୀ କାଳୀନ ବୈଠକ ବସିଥିଲା । ସଂଘର ସଭାପତି ମୋହନ ସୁନାଙ୍କ ସଭାପତିତ୍ୱ କରିଥିବାବେଳେ ସଂଘ ର ଅନ୍ୟନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବୈଠକରେ ପ୍ରଶାସନ ଦେଇଥିବା ପ୍ରତିଶୃତି ପାଳନ ନକରିବା ଓ ସରକାରଙ୍କୁ ପୁଣି ଥରେ ବିଚାର କରିବାକୁ ୭ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇ ଯଦି ୨୦୨୧ର ବୀମାରାଶି ନମିଳେ ତାହେଲେ ଖପ୍ରାଖୋଲ ବ୍ଲକ ଅଧୀନରେ ଯାଉଥିବା ସମସ୍ତ କାର୍ଯ୍ୟାଳୟ ତାଲା ବନ୍ଦ କରି ଚାଷୀ ସଂଗଠନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବ । ସେଥିପାଇଁ ସଂଘ ତରଫରୁ ବଲାଙ୍ଗୀର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା । ବୈଠକରେ ବ୍ଲକ କୃଷକ ସଂଘର ଗୁଣମଣି ଭୋଇ , ଧନଞ୍ଜୟ ଭୋଇ , ଛନ୍ଦା ଚରଣ ସ୍ୱାଇଁ , ମଧୁସୂଦନ ସାହୁ , ତରଣୀ ସାହୁ , ନୀଳାମ୍ବର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲ ।

hiranchal ad1
Leave A Reply

Your email address will not be published.

five × two =