ପିପୁଲ୍ସ ଫର୍ ଆନିମଲ ଓ କିଟ୍ ର ଜୀବେଦୟା କାର୍ଯ୍ୟ

0 183

ଭୁବନେଶ୍ୱର : ପିପୁଲ୍ସ ଫର୍ ଆନିମଲ ଏବଂ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କିଟ୍ ଜୀବେଦୟା ଭଳି କାର୍ଯ୍ୟକରି ବେଶ୍ ଲୋକାଦୃତ ହୋଇପାରିଛନ୍ତି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ସଂପୂର୍ଣ୍ଣ ଲକଡାଉନ୍ ବଳବତ୍ତର ରହିଛି । ଲକଡାଉନ ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନ, ଚା ଦୋକାନ ଆଦି ବନ୍ଦ ରହିଥିବାରୁ ଏବଂ ଲୋକେ ବାହାରକୁ ବାହାରି ପାରୁନଥିବାରୁ ବୁଲା ଜୀବଜନ୍ତୁମାନେ ଖାଦ୍ୟ ନପାଇ ଡହଳବିକଳ ହେଉଛନ୍ତି । ସେମାନଙ୍କର ଏହି ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଉପରୋକ୍ତ ଦୁଇ ଅନୁଷ୍ଠାନ ଭୁବନେଶ୍ୱର ଓ କଟକରେ ବୁଲା ଜୀବଜନ୍ତୁ ଯଥା ଗାଈ, ଷଣ୍ଢ, କୁକୁର, ମାଙ୍କଡମାନଙ୍କୁ ଆହର ଯୋଗାଇ ଦେଉଛନ୍ତି । ପିପୁଲ୍ସ ଫର୍ ଆନିମଲ ସଂଗଠନକୁ କିଟ୍ ୨ଟି ଗାଡି ଓ ୨ଜଣ ଡ୍ରାଇଭର ଯୋଗାଇ ଦେଇଛି । ଯାହାଦ୍ୱାରା ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରୁଛି । ଗାଈ ଓ ଷଣ୍ଢମାନଙ୍କୁ ତରଭୁଜ ଓ ବାଇଗଣ ଭଳି ଖାଦ୍ୟ ଦିଆଯାଉଥିବା ବେଳେ କୁକୁରମାନଙ୍କୁ ଚିକେନ୍‌, ଭାତ ଦିଆଯାଉଛି । ବାଣୀବିହାର, ରମାଦେବୀ ଭଳି କ୍ୟାମ୍ପସଗୁଡିକରେ ଏହି କାର୍ଯ୍ୟ ଚାଲିଛି । ପ୍ରତିଦିନ ଗୋଟିଏ ଗୋଟିଏ ଲେଖାଁ କ୍ୟାମ୍ପସରେ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ ଚାଲିଛି ବୋଲି ସଂଗଠନ ଜଣେ ସଦସ୍ୟା ସୂଚନା ଦେଇଛନ୍ତି ।
ଆସନ୍ତୁ ଶୁଣିବା କ’ଣ କହୁଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା

hiring
hiranchal ad1
Leave A Reply

Your email address will not be published.

thirteen − ten =