ପ୍ରମାଣ ନଥିବା ଖବର ପ୍ରସାରଣ କରନ୍ତୁ ନାହିଁ

0 1,676

ନୂଆଦିଲ୍ଲୀ : କରୋନା ମହାମାରୀ ସମ୍ପର୍କରେ ଉତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଆତଙ୍କ ସୃଷ୍ଟି ନକରିବା ଲାଗି ସୁପ୍ରିମକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ଦେଶରେ ଚାଲିଥିବା ଲକଡାଉନ ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମିଥ୍ୟା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହି କାରଣରୁ ସହରରେ କାମ କରୁଥିବା ବହୁସଂଖ୍ୟାରେ ଶ୍ରମିକ ସେମାନଙ୍କ ଘରକୁ ପଳାୟନ କରିଥିଲେ । ବୈଦ୍ୟୁତିକ, ମୁଦ୍ରିତ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଖବର କାରଣରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଫଳରେ ଏହି ସମାଚାର ଦେଖୁଥିବା ଲୋକମାନେ ଭୟଭୀତ ହୋଇ ପଳାୟନ କରିବାକୁ ଚେଷ୍ଟା କରିଥିଲେ, ସେମାନଙ୍କ ସଙ୍କଟ ଆହୁରି ବଢିଯାଇଥିଲା, ଏହି କାରଣରୁ କିଛି ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଲା ।ଏପରି ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ସମୟରେ କହିଥିଲେ ।
ମହାମାରୀ ସମ୍ପର୍କରେ ମୁକ୍ତ ଆଲୋଚନାରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ । କିନ୍ତୁ ମହାମାରୀର ଘଟଣାକ୍ରମ ସମ୍ପର୍କରେ ପ୍ରମାଣିତ ବିବରଣୀ ସଂଗ୍ରହ କରିବା ଏବଂ ପ୍ରକାଶ କରିବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଥିଲେ ।

hiring

।

hiranchal ad1
Leave A Reply

Your email address will not be published.

13 − 4 =