କିମ୍‍ସରେ କାର୍ଯ୍ୟକ୍ଷମ ହେଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍

0 324

ଭୁବନେଶ୍ୱର : ଅପ୍ରେଲ୍‍ ୨ତାରିଖଠାରୁ କିମ୍‍ସରେ କାର୍ଯ୍ୟକ୍ଷମ ହୋଇଛି ୫ଶହ ଶଯ୍ୟା ବିଶିଷ୍ଟ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ । କିମ୍‍ସ ଦ୍ୱାରା ସଂପୂର୍ଣ୍ଣ ପରିଚାଳିତ ଏହି ହସ୍‍ପିଟାଲ୍‍ ପାଇଁ ଓଏମ୍‍ସିର ସିଏସ୍‍ଆର ଜରିଆରେ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରାଂଶ ଓ ଏହି ହସ୍‍ପିଟାଲ୍‍ ଚଳାଇବା ପାଇଁ ଆବଶ୍ୟକ ଅର୍ଥ ଓଡ଼ିଶା ସରକାର ଯୋଗାଇ ଦେଇଛନ୍ତି । କିମ୍‍ସ, ଓଡ଼ିଶା ସରକାର ଓ ଓଏମ୍‍ସି ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ଅନୁସାରେ ଏହି ହସ୍‍ପିଟାଲ୍‍ ସ୍ଥାପନା କରାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ ଓ କିମ୍‍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହେଲା ବୋଲି ଘୋଷଣା କରିଥିଲେ ।

hiring

କିମ୍‍ସ ସ୍ଥିତ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ରେ ୫୦ଟି କ୍ରିଟିକାଲ୍‍ କେୟାର ଶଯ୍ୟା ସମେତ ମୋଟ ୫ଶହ ଶଯ୍ୟା ରହିଛି । ଏହି ହସ୍‍ପିଟାଲ୍‍ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସମେତ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । କିମ୍‍ସରେ ପୂର୍ବରୁ ନିର୍ମାଣ କରାଯାଇଥିବା ଏକ ସ୍ୱତନ୍ତ୍ର ବ୍ଲକ୍‍କୁ ଓଡ଼ିଶା କୋଭିଡ୍‍-୧୯ ହସ୍‍ପିଟାଲ୍‍ ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ଏଥି ପାଇଁ ସ୍ୱତନ୍ତ୍ର ଡାକ୍ତର, ନର୍ସ, ପାରାମେଡିକାଲ୍‍ କର୍ମୀ ଓ ହାଉସ୍‍ କିପିଂ କର୍ମଚାରୀ ନିୟୋଜିତ କରାଯାଇଛି । କିମ୍‍ସ ପରିସରଠାରୁ କରୋନା ଆକ୍ରାନ୍ତ ରୋଗୀ ଏବଂ କରୋନା ସନ୍ଦିଗ୍‍ଧଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । କିମ୍‍ସକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଯେଭଳି ନ ଆସନ୍ତି ସେଥିପାଇଁ ଏକ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।

କିମ୍‍ସର ଅନ୍ୟ ବିଭାଗଗୁଡ଼ିକ ସହ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ର କୌଣସି ସମ୍ପର୍କ ନାହିଁ । ଡା. ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଏହି ହସ୍‍ପିଟାଲ୍‍ର ମୁଖ୍ୟ ଭାବେ କାର୍ଯ୍ୟ କରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମ୍‍ଆର୍‍ର ନିର୍ଦ୍ଦେଶାବଳୀର ଅନୁସରଣରେ ୨୪ଘଣ୍ଟା ରୋଗୀଙ୍କୁ ଏଠାରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 + 15 =