ଇ-ପାସ୍ ବ୍ୟବସ୍ଥା କଲା ବୌଦ୍ଧ ଜିଲ୍ଲା ପ୍ରଶାସନ,କେମିତି ଆବେଦନ କରିବେ ଜାଣନ୍ତୁ

0 195

ବୌଦ୍ଧ : କରୋନା ଭାଇରସ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୌଦ୍ଧ ଜିଲ୍ଲା ପ୍ରଶାସନ ଅନଲାଇନରେ ଇ-ପାସ୍ ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଛି । ଲକଡାଉନ ସମୟରେ ପ୍ରତ୍ୟକ୍ଷ ସଂକ୍ରମଣ ଏବଂ ଅଫିସରେ ଭିଡ କମାଇବା ଉଦ୍ଦେଶ୍ୟରେ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଇ-ପାସ୍ ପାଇବା ପାଇଁ ଇଚ୍ଛୁକ ଅଫିସର/ନାଗରିକମାନେ https://forms.gle/yBg4q8sZCCdtgdMM9 ଲିଙ୍କ୍ ରେ ଅନଲାଇନରେ ଆବେଦନ କରିପାରିବେ ବୋଲି ବୌଦ୍ଧ ଜିଲ୍ଲାପାଳ ସୋସିଆଲ ମିଡିଆରେ ଜଣାଇଛନ୍ତି । ଏହି ପାସ୍ ସଂପୃକ୍ତ ବ୍ୟକ୍ତିମାନଙ୍କୁ ସେମାନଙ୍କ ହ୍ୱାଟ୍ସଆପ ନମ୍ବର ଓ ଇ-ମେଲ ଆଇଡିରେ ପଠାଇ ଦିଆଯିବ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଲକଡାଉନ ଗାଇଡଲାଇନକୁ ପାଳନ କରୁଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ । ତଥାପି ଯଦି କୌଣସି ବ୍ୟକ୍ତିଙ୍କ ଭୟ, ବ୍ୟାକୁଳତା କିମ୍ବା ପରାମର୍ଶ ନେବାକୁ ଚାହୁଁଥାନ୍ତି ତେବେ ସେମାନେ ଆମର ଏମ୍‌-କାଉନସେଲିଂ ସେଲ୍ (Smt Anasuya Hota, Consultant is incharge.
Mob No. 9938618085) ସହ ଯୋଗାଯୋଗ କରିପାରିବେ ।

hiranchal ad1
Leave A Reply

Your email address will not be published.

2 × three =