କରୋନା ଯୋଦ୍ଧାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା କିଟ୍‌ ପ୍ରଦାନ

0 221

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶାନ୍ତିମୈତ୍ରୀ ଓ ଗୁଞ୍ଜ୍‌ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଗ ଧାଡ଼ିର କରୋନା ଯୋଦ୍ଧା ସଫେଇ କର୍ମଚାରୀ ଓ ଆଶା କର୍ମୀମାନଙ୍କୁ କରୋନା କିଟ୍‌ ପ୍ରଧାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ୪୯ଜଣ ସଫେଇ କର୍ମଚାରୀ ଓ ବାଲିଗୁଡ଼ା ଏନ୍‌ଏସି ଅଧିନରେ ଥିବା ସମସ୍ତ ଆଶା କର୍ମୀମାନଙ୍କୁ ଏହି କିଟ୍‌ ପ୍ରଧାନ କରାଯାଇଛି । ଏହି କିଟ୍‌ ମାଧ୍ୟମରେ ପଲ୍ସ ଅକ୍ସିମିଟର, ଥର୍ମ ସ୍କାନର, ଡିଜିଟାଲ ଥର୍ମୋମିଟର, ମାସ୍କ, ସାନିଟାଇଜର, ଗ୍ଲୋବ୍ସ ଆଦି ପ୍ରଦାନ କରାଯାଇଛି । ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ବେସ୍‌ ପଶଂସା କରିଛନ୍ତି ସଫେଇ କର୍ମଚାରୀ ଓ ଆଶାକର୍ମୀ ।

hiring

ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇବାବେଳେ ଏହିସବୁ ସାମଗ୍ରୀ ଆମର ବହୁତ କାମରେ ଆସିବା ସହ ଆମେ ଆହୁରି ଭଲଭାବେ ଲୋକଙ୍କୁ ସେବା ଯୋଗାଇପାରିବୁ ଏବଂ ମହାମାରୀ କରୋନାକୁ ମାତ୍‌ ଦେଇପାରିବା ବୋଲି କହିଛନ୍ତି ଆଶାକର୍ମୀ । ସେପଟେ ଏଭଳି କାର୍ଯ୍ୟକ୍ରମ ଆମର ଆଗକୁ ମଧ୍ୟ ଯାରି ରହିବ ବୋଲି କହିଛନ୍ତି ଶାନ୍ତିମୈତ୍ରୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫେଇ କର୍ମଚାରୀ ଓ ଆଶାକର୍ମୀ ମାନଙ୍କୁ କିଟ୍‌ ପ୍ରଦାନ କରିବା ସହ ଏହାର ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 + seventeen =