କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା

0 65

ଟିଟିଲାଗଡ,୮/୭ – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଦରଦାମ ବୃଦ୍ଧି ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧି ଓ ଧାନର ଏମଏସପି ୨୯୩୦ଟଙ୍କା ବଢେଇବା ଦାବିରେ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଟିଟିଲାଗଡ଼ କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ପୂର୍ବତନ ବ୍ଲକ ସଭାପତି ଝସକେତନ ଛତର, ରାଜ୍ୟ ଛାତ୍ର ଯୁବ ଉପସଭାପତି ବୀରେନ୍ଦ୍ର ବାଗ, ବରିଷ୍ଠ ନେତା ତୁଳସୀ ସାହୁ, ଡମ୍ବରୁଧର ଛତ୍ରିଆ, ବିଚିତ୍ର ବାଗ, ସୁରଜ୍‌ ବେହେରା, ରାଜୁ ମିଶ୍ର, ଛାତ୍ର ନେତା ଜ୍ଞାନ ରଞ୍ଜନ ସରାଫ, ମଦନଲାଲନାଗ, ଜୟସିଂ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ଉଭୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

hiranchal ad1
Leave A Reply

Your email address will not be published.

9 − 8 =