ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ଆଜି : ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲରେ କୋଭିଡ ଚିକିତ୍ସା କେନ୍ଦ୍ର ବିରୁଦ୍ଧରେ ମାମଲା ଗୃହୀତ

0 236

ସମ୍ବଲପୁର :ରାଜ୍ୟ ସରକାର କୌଣସି ବିରୋଧ କୁ ଭୃକ୍ଷେପ ନ କରି ଏଠାରେ ଜିଲ୍ଲା ସଦର ହସ୍ପିଟାଲ କୁ କୋଭିଡ ଚିକିତ୍ସା କେନ୍ଦ୍ର ରୂପେ ଗଢି ତୋଳିବା ପାଇଁ ଆଗେଇ ଚାଲିଛନ୍ତି, ଯଦିଓ ଏଠାକାର ଏକ ବୌଦ୍ଧିକ ବର୍ଗ ଏହି ନିଷ୍ପତ୍ତିର ଘୋର ବିରୋଧ କରୁଛି । ଏହି ବିରୋଧ ସ୍ବରୂପ ମିଶନ ଭିମସାର ନାମକ ସଙ୍ଗଠନ ପକ୍ଷରୁ ଓଡ଼ିଶା ହାଇକୋର୍ଟ ରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି, ଏହାର ଶୁଣାଣି ପାଇଁ ଆଜି ବୁଧବାର ମେ ୧୫ ସ୍ଥିର ହୋଇଛି । ଏହି ଶୁଣାଣି ଓ ଏସ°କ୍ରାନ୍ତରେ ହାଇକୋର୍ଟ ନିଷ୍ପତ୍ତି ଉପରେ ଏଠାରେ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି । ଏହି ଜନ ସ୍ବାର୍ଥ ମାମଲାର ଦୁଇଟି ପକ୍ଷ ରହିଛି, ଗୋଟିଏ ହେଲା ଜିଲ୍ଲା ସଦର ହସ୍ପିଟାଲ ନଗରର ମଝିରେ ରହିଛି ଓ ଏହା ଉପରେ ଚିକିତ୍ସା ସୁବିଧା ପାଇଁ ଦଶ ଲକ୍ଷ ଲୋକ ନିର୍ଭର କରନ୍ତି । ଏଣୁ ଏହାକୁ କୋଭିଡ ଚିକିତ୍ସା କେନ୍ଦ୍ର ରୂପେ ରୂପାନ୍ତରିତ କଲେ ନଗର ଭିତରେ କୋରୋନା ସ°କ୍ରମଣ ର ଭୟ ରହିବା ସହିତ ଆଶ୍ରିତଜନ ନିୟମିତ ଚିକିତ୍ସା ସୁବିଧା ରୁ ବଞ୍ଚିତ ହୋଇଯିବେ । ମାମଲାର ଅନ୍ୟ ପକ୍ଷଟି ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ଭିମସାରରେ କୋଭିଡ ଚିକିତ୍ସା କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲାପରେ ସେଠାରେ ଏହି ଯୋଜନା କାହିଁକି କାର୍ଯ୍ୟକାରୀ ହୋଇ ପାରୁନାହିଁ ।

hiranchal ad1
Leave A Reply

Your email address will not be published.

5 × 2 =