ବିଭିନ୍ନ ସାମଗ୍ରୀର ଦର ବେଲଗାମ୍ : ଜିଲ୍ଲାପାଳଙ୍କ ଆଦେଶକୁ ବ୍ୟବସାୟୀଙ୍କ ବେଖାତିର

0 947

ବୌଦ୍ଧ : ଡେରିରେ ହେଲେ ବି ଲକଡାଉନର ୧୯ ଦିନ ପରେ ଜିଲ୍ଲା ପ୍ରଶାସନ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପାଇକାରୀ ବଜାର ଦର ଜାରି କରିଥିଲା । ଖାଉଟୀ ଆଶା କରୁଥିଲେ ଦରତାଲିକା ଜିଲ୍ଲା ପ୍ରଶାସନ ପ୍ରକାଶ କରିବା ପରେ ସରକାରୀ ଧାର୍ଯ୍ୟ ଦରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିଲ୍ଲାରେ ମିଳିପାରିବ । ମାତ୍ର ଫଳ ଓଲଟା ହେଉଥିବା ଦେଖିବାକୁ ମିଳୁଛି ଜିଲ୍ଲାସାରା । ଆଜି ବୌଦ୍ଧ ସହରରେ ବସିଥିବା ପରିବା ମାର୍କେଟ ମାନଙ୍କରେ ସରକାରୀ ଦରରେ ଆଳୁ କିଲୋ ୨୦ ଟଙ୍କା ଥିବାବେଳେ ବ୍ୟବସାୟୀମାନେ ଖୁଲମଖୁଲା ୨୫ ଟଙ୍କାରେ ବିକ୍ରି କରୁଥିଲେ । ଏହାକୁ ନେଇ ପରିବା ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଥିଲା । କେବଳ ଆଳୁ ନୁହେଁ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକ ଜିଲ୍ଲାପାଳ ନିର୍ଦ୍ଧାରଣ କରିଥିବା ସରକାରୀ ଦରଠାରୁ ବହୁ ଉଚ୍ଚ ଦରରେ କିଣାବିକା ଚାଲିଛି ।

hiring


ଖାଉଟିମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଡେରିରେ ହେଲେ ବି ଜାରି କରିଥିବା ଦରତାଲିକା ଆଧାରରେ ବ୍ୟବସାୟୀ ମାନେ ସାମଗ୍ରୀ ବିକ୍ରି କରୁଛନ୍ତି ନା ନାହିଁ ପ୍ରଶାସନ ଦେଖିବା କଥା ବୋଲି ଖାଉଟିମାନେ ମତ ପ୍ରକାଶ କରିଛନ୍ତି । ଯେଉଁ ବ୍ୟବସାୟୀମାନେ ଲାଭଖୋର ମନୋଭାବ ନେଇ ପ୍ରଶାସନର ନିର୍ଦ୍ଦେଶକୁ ନମାନି ଚଢାଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଛନ୍ତି ସେମାନଙ୍କର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରରାଶ ପାଉଛି । କେବଳ ଦର ତାଲିକା ମାରି ଦେଇ ପ୍ରଶାସନ ଚୁପ୍ ବସିରହିଲେ ହେବ ନାହିଁ, ଜିଲ୍ଲାପାଳଙ୍କ ଆଦେଶକୁ କାର୍ଯ୍ୟକାରୀ କରାଇବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି । ନଚେତ୍ ଏସବୁ ମହାବଳ ବାଘ ଆଗରେ ବନ୍ଧୁକ ଲାଇସେନ୍ସ ଦେଖାଇବା ଭଳି ପରିସ୍ଥିତ ହେବ ।

hiranchal ad1
Leave A Reply

Your email address will not be published.

four × 5 =