ମନର କଥା କହିଲେ ପ୍ରଧାନମନ୍ତ୍ରୀ : ଦେଶରେ କେହି ଭୋକରେ ରହିବେ ନାହିଁ

0 111

ଭୁବନେଶ୍ୱର : ୬୪ତମ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନର କଥା କହିଛନ୍ତି । ଦେଶବାସୀଙ୍କୁ ଆଶ୍ୱସନା ଦେଇ ସେ କହିଛନ୍ତି ଦେଶରେ କେହି ଭୋକରେ ରହିବେ ନାହିଁ । କରୋନା ମହାମାରୀ ସମୟରେ ଜନତା ତା\’ସହ ଲଢୁଛନ୍ତି । ଏ ସମୟରେ ଦେଶବାସୀଙ୍କ ନିକଟରେ ମାଗଣାରେ ଖାଦ୍ୟ ପହଞ୍ଚାଉଛନ୍ତି । କେହି ମାସ୍କ ବାଣ୍ଟୁଛି ତ କେହି ମାଗଣା ଖାଦ୍ୟ ଦେଇ ମାନବୀୟତା ଦେଖାଉଛନ୍ତି । ସାରା ଦେଶବାସୀଙ୍କ ଗୋଟିଏ ଲକ୍ଷ୍ୟ କରୋନାକୁ ଆମେ ହରାଇବୁ । ରାଜ୍ୟ ସରକାରମାନେ ଖୁବ୍ ପରିଶ୍ରମ କରୁଛନ୍ତି । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଉଛନ୍ତି । ଏଥିରୁ ଦେଶବାସୀଙ୍କୁ ଶକ୍ତି ମିଳିଛି । ଏକାଠି ହୋଇ ପ୍ରଦୀପ ଜାଳିଛନ୍ତି, ତାଳି ବଜାଇଛନ୍ତି ଏଣୁ ଦେଶବାସୀ ପ୍ରକୃତି ସହିତ ଯୋଡି ହୋଇ ଜୀବନଶୈଳୀକୁ ବଢାଇ ନେଇଛନ୍ତି କିଛି କରି ଦେଖାଇବାକୁ ପ୍ରେରଣା ପାଉଛନ୍ତି । ଏହାରି ଭିତରେ କିଛି କିଛି ନୂଆ ଟେକ୍ନୋଲୋଜି ଉଦ୍ଭାବନ ହୋଇଛି । ତାକୁ ନେଇ କୋଭିଡ ପ୍ଲାଟଫର୍ମରେ ଆମେ ଲଢେଇ ଜାରି ରଖିଛେ । ବିଦେଶରେ ଭାରତକୁ ଥ୍ୟାଙ୍କ୍ ୟୁ ଇଣ୍ଡିଆ କହୁଛନ୍ତି । ଅକ୍ଷୟ ତୃତୀୟା ଶୁଭ ଅବସରରେ ଆମର ଭାବନା ଅକ୍ଷୟ ରହିବା, ଆମେ ମୁକ୍ତ ହେବା ।

hiranchal ad1
Leave A Reply

Your email address will not be published.

13 − three =