୫ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଫସଲହାନି

0 116

ସମ୍ବଲପୁର: ବିଗତ କିଛିଦିନ ମଧ୍ୟରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ସମ୍ବଲପୁରରେ ବ୍ୟାପକ ପରିମାଣରେ ଫସଲହାନି ହୋଇଛି । ଏପର୍ଯ୍ୟନ୍ତ ହୋଇଥିବା ଆକଳନ ଅନୁସାରେ ୪୯୦୨ ହେକ୍ଟର ଜମିରେ ଧାନଫସଲ ଓ ୨୧୬ ହେକ୍ଟର ଜମିରେ ଅଣଧାନ ଫସଲ, ଏହିପରି ମୋଟ ୫୧୧୮ ହେକ୍ଟର ଜମିରେ ଫସଲହାନି ଘଟିଛି । ଏପଟେ ପ୍ରାୟ ପ୍ରତିଦିନ କାଳବୈଶାଖୀର ତାଣ୍ଡବ ରୁପେ ଅଦିନିଆ ବର୍ଷା ଓ କରାମାଡ ଅବ୍ୟାହତ ରହିଥିବାରୁ ଏହି କ୍ଷୟକ୍ଷତିର ପରିମାଣ ଆହୁରି ବଢିବାର ଆଶଙ୍କା ରହିଛି । ଏପଟେ କରୋନା ସଂକ୍ରମଣ ଭୟରେ ଶ୍ରମିକ ଅଭାବ ଯୋଗୁଁ ଫସଲ ଅମଳ ହୋଇପାରୁନାହିଁ ଓ ଅନ୍ୟପଟେ କାଳବୈଶାଖୀ ଦାଉ ସାଧିବାରେ ଲାଗିଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।

hiring

ଏ ବିଷୟରେ କୃଷି ବିଭାଗୀୟ ସୂତ୍ର ଅନୁସାରେ ଚଳିତ ରବିଋତୁରେ ହୀରାକୁଦ କମାଣ୍ଡ ଅଞ୍ଚଳରେ ମୋଟ ୧୫ହଜାର ହେକ୍ଟର ଜମିରେ ଡାଳୁଅ ଧାନ କରାଯାଇଛି । ବିଗତ ଦିନରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଏହି ଜିଲ୍ଲାର ମୁଖ୍ୟତଃ ତିନୋଟି ବ୍ଲକ ମାନେଶ୍ୱର, ଧନକଉଡାଓ ଯୁଯୁମୁରା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ପ୍ରଭୂତ କ୍ଷୟକ୍ଷତି ହୋଇଛି । ଧାନଫସଲ ବ୍ୟତୀତ ପନିପରିବା ପରି ଅନେକ ଅଣଧାନ ଫସଲ ମଧ୍ୟ ଏହି କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଏହି ସନ୍ଦର୍ଭରେ ଚାଷୀପାଇଁ ଆଉ ଏକ ବଡ ଚିନ୍ତାର କାରଣ ସରକାରଙ୍କ କୃଷି ନୀତି ହୋଇଛି । ଏହି କୃଷି ନୀତି ଅନୁସାରେ ୫୦ ପ୍ରତିଶତରୁ ଅଧିକ ନଷ୍ଟହେଲେ ଫସଲବୀମା ଓ ୩୦ ପ୍ରତିଶତରୁ ଅଧିକ ନଷ୍ଟହୋଇଥିଲେ ଇନପୁଟ ସବସିଡି କ୍ଷତିପୂରଣ ମିଳିପାରିବ ।

hiranchal ad1
Leave A Reply

Your email address will not be published.

4 × one =