କରୋନା ନିୟମ ଅବମାନନା ପାଇଁ ଯୁଗ୍ମ ନିର୍ଦ୍ଦେଶକ ନିଲମ୍ବିତ

0 146

ସମ୍ବଲପୁର: କରୋନା କଟକଣା ଅବମାନନା ଅଭିଯୋଗରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେ ହେଉଛନ୍ତି ଚିପଲିମାସ୍ଥିତ ରାଜ୍ୟ ପ୍ରାଣୀଧନ ପ୍ରଜନନ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଡା. ହୃଦାନନ୍ଦ ଦାଶ । ଶ୍ରୀ ଦାଶ ବାଲେଶ୍ୱର ଜିଲ୍ଲା ନିବାସୀ ଗତ ମାର୍ଚ୍ଚ ୧୮ ତାରିଖରେ ନିଜ ଗାଁକୁ ଯାଇଥିଲେ । ଲକଡାଉନ ଯୋଗୁଁ ସେଠାରେ ରହିଯାଇଥିଲେ । ଗତ ଅପ୍ରେଲ ୧୯ ତାରିଖରୁ ଲକଡାଉନରେ କିିଛି କୋହଳ ହେବାରୁ ସେ ତାଙ୍କ କାର୍ଯ୍ୟସ୍ଥଳକୁ ଫେରିଆସିଥିଲେ । ସେପଟେ ସେ ରେଡଜୋନରୁ ଆସିଥିବାରୁ ତାଙ୍କୁ କୋଭିଡ ଟେଷ୍ଟପାଇଁ ପଞ୍ଚାୟତ ଓ ପୁଲିସ ପ କ୍ଷରୁ ବାରମ୍ବାର କହିବାସତ୍ତ୍ୱେ ଏଥିରେ ସେ ରାଜି ହେଉନଥିଲେ । ଏନେଇ କଳାମାଟି ସରପଞ୍ଚ ଶ୍ରୀହରି ନାଗ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କଲାପରେ ପ୍ରଶାସନ ଏଦିଗରେ ସକ୍ରିୟ ହୋଇଛି ଓ ତାଙ୍କୁ ନିଲମ୍ବିତ କରାଯାଇଛି ।

hiranchal ad1
Leave A Reply

Your email address will not be published.

eight − six =