କୋଭିଡ ପାସର ଅପବ୍ୟବହାର : ଗଞ୍ଜେଇ ଚାଲାଣ କରୁଥିଲେ, କାର୍ ଜବତ ସହ ଜଣେ ଗିରଫ

0 765

ବାଲିଗୁଡ଼ା: ଗୋଟିଏ ପଟେ କରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଅନ୍ୟପଟେ ଚୋର ଖୋଜୁଛି ଗଳାବାଟ । ଲକ୍ ଡାଉନ୍ ଯୋଗୁଁ ରାଜ୍ୟସାରା ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଗଞ୍ଜେଇ ଚୋରାଚାଲାଣ କରିବାକୁ ନୁଆ ଟେକ୍ନିକ୍ ଆରମ୍ଭ କରିଛନ୍ତି ଗଞ୍ଜେଇ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ । ରାଇକିଆ ଥାନା ଗମାଣ୍ଡି ଗ୍ରାମ ନିକଟରୁ ୩୧ କେଜି ୩୦୦ ଗ୍ରାମ୍ ଗଞ୍ଜେଇ ସହ COVID-19 PASS ଲାଗିଥିବା ଏକ କାର୍ ଜବତ କରିଛି ପୋଲିସ୍ ।

hiring

ଘଟଣା ସ୍ଥଳରୁ ଜଣେ ଚମ୍ପଟ ମାରିଥିବାବେଳେ ଅନ୍ୟ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ୍ । କୋରନାକୁ ନେଇ ବିଭିନ୍ନ ସ୍ଥାନରେ ନାକା କରିବାସହ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ରାଇକିଆ ପୋଲିସ୍ ପକ୍ଷରୁ । ବେରେଡ଼ାକିଆ ଛକ ନିକଟରେ COVID-19 PASS ଲାଗିଥିବା ଏକ ହୁଣ୍ଡାଇ କାର୍ ଦୃତ ଗତିରେ ଯାଉଥିବା ଦେଖି ପୋଲିସ୍ ଅଟକାଇଥିଲେ ଗାଡ଼ିକୁ ହେଲେ ଗାଡ଼ି ଅଟକି ନଥିଲା । ଥାନା ଅଧିକାରୀ ଅଲେଖ ଗରଡ଼ିଆ ନିଜ ଟିମ୍ ସହ ଫୀଛାକରି ରାଇକିଆ ନିକଟ ଗମାଣ୍ଡି ଗ୍ରାମ ନିକଟରେ କାର୍ କୁ ଅଟକାଇ ଯାଞ୍ଚ୍ ଆରମ୍ଭ କରିଥିଲେ । କାର୍ ସମେତ ୩୧କେଜି ୩୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଗଣେଶ ପ୍ରଧାନ ନାମକ ଜଣେ ଚାଲାଣକାରୀକୁ ଗିରଫ କରିଥିବାବେଳେ ଅନ୍ୟଜଣେ ଚାଲାଣକାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ବାଲିଗୁଡ଼ା ଅଞ୍ଚଳରୁ ଭୂବନେଶ୍ବରକୁ ଏହି ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ ଗଞେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × three =