କରୋନା ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ପାରାଦ୍ୱୀପର ଏହି ଦୁଇ ଭଉଣୀ, ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ

0 2,472

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ମହାମାରୀ ଭାରତରେ ମଧ୍ୟ ତା\’ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୫ଜଣ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶ ତଥା ରାଜ୍ୟ ଆର୍ଥିକ ସଂକଟ ଦେଖାଦେଇଛି । ସେହିପରି କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବହୁ ନେତ, ମନ୍ତ୍ରୀ,ପ୍ରତିଷ୍ଠାନ ତଥା ସାଧାରଣ ଲୋକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ବହୁ ଅର୍ଥ ଦାନ କରିଛନ୍ତି । ଏହି କ୍ରମରେ ପାରାଦ୍ୱୀପ ଅଂଚଳର ଦୁଇ ଜଣ ଛାତ୍ରୀ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆଜି ତାଙ୍କର ସଞ୍ଚିତ ଅର୍ଥକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଦୁଇ ଛାତ୍ରୀ ହେଲେ ପାରାଦ୍ୱୀପର କ୍ରୀତିଚନ୍ଦ୍ର ଦାସଙ୍କ ସୁପୁତ୍ରୀ ନନ୍ଦିନୀ ପ୍ରିୟଦର୍ଶନୀ ଦାଶ(ଷଷ୍ଠ ଶ୍ରେଣୀ) ଓ ପଦ୍ମିନୀ ପ୍ରିୟଦର୍ଶନୀ ଦାଶ(ଚତୁର୍ଥ ଶ୍ରେଣୀ-ଡିଏଭି ପବ୍ଲିକ ସ୍କୁଲ, ପାରାଦ୍ୱୀପ) । ତାଙ୍କର ସଞ୍ଚିତ ୩୭୫୧ଟଙ୍କା ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଅବସରରେ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ଓ ଉପାଧ୍ୟକ୍ଷ ପ୍ରଭାତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହାନ କାର୍ଯ୍ୟ ପାଇଁ ଅଂଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + four =