କରୋନା ମୁକାବିଲା ପାଇଁ ନିଜର ସଞ୍ଚିତ ଅର୍ଥକୁ ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ କୁମକୁମ୍‌

0 201

ସୋନପୁର : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଶକ୍ତି ଅନୁସାରେ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ଉଦବୁଦ୍ଧ ହୋଇ ବୀରମହାରାଜାପୁର ସୁବଳୟା ଗ୍ରାମର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ କୁମକୁମ ବାରିକ(ସ୍ନେହା) ନିଜର ସମସ୍ତ ସଞ୍ଚିତ ଅର୍ଥ ୫୩୮୦ଟଙ୍କା ଜିଲ୍ଲାପାଳଙ୍କ ଜରିଆରରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ସ୍ଥାନୀୟ ସାମ୍ବାଦିକ ଶେଷଦେବ ବାରିକଙ୍କର ଝିଅ କୁମକୁମର ଏହି ନିସ୍ୱାର୍ଥପର ଦାନକୁ ରାମସେତୁ ନିର୍ମାଣରେ ଗୁଣ୍ଡିଚି ମୂଷାର ଅବଦାନ ଭଳି ସମସ୍ତେ ପ୍ରଶଂସା କରୁଛନ୍ତି ।
ସେହଭଳି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ ସୁବଳୟା ପ୍ରସ୍ଥରେ ଯାଇ ବିଭିନ୍ନ ସହାୟତା ଶିବିର ପରିଦର୍ଶନ କରିବା ସମୟରେ ସୁବଳୟା ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସଦସ୍ୟାମାନେ ତାଙ୍କ ମାଧ୍ୟରେ ୨୯,୦୦୧ ଟଙ୍କା ଏବଂ ଶିକ୍ଷୟତ୍ରୀ ବର୍ଷାରାଣୀ ଅଗ୍ରୱାଲ ଏକହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସୁବଳୟା ଭଳି ଗୋଟିଏ ଗ୍ରାମାଞ୍ଚଳରେ ଏଇ ମାନଙ୍କର ସଚେତନତା ତଥା ବଦାନ୍ୟତା ନିଶ୍ଚିତ ଭାବେ ପ୍ରଶଂସନୀୟ ।

hiranchal ad1
Leave A Reply

Your email address will not be published.

eleven + 2 =