ଭଗବାନ ଭରଷା : ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ !

0 450

ବୌଦ୍ଧ : ମହାମାରୀ କରୋନା ପାଇଁ ସରକାର ଲକଡାଉନ ଘୋଷଣା କରି ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ, ପୁଲିସ ଓ ସାମାଜିକ କର୍ମୀମାନେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଲକଡାଉନ ଆରମ୍ଭରୁ ସଚେତନ କରାଇ ଆସୁଛନ୍ତି । ଅମାନିଆ ଲୋକଙ୍କୁ ସାବାଡ ମଧ୍ୟ କରୁଛି ପୁଲିସ ଓ ପ୍ରଶାସନ ତଥାପି ଲୋକେ ଅମାନିଆ ହୋଇ କରୁଛନ୍ତି ଖୋଲାଖୋଲି ଉଲ୍ଲଂଘନ । ଗତକାଲି ଜିଲ୍ଲାପାଳ ନିଜେ ସାଇକେଲ ଚଳାଇ ବୌଦ୍ଧ ସହରରେ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ସାମାଜିକ ଦୂରତାକୁ ପାଳନ କରିଥିବା ୩ଟି ଦୋକାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

hiring


ସହରାଞ୍ଚଳ ଗୁଡିକ ଅପେକ୍ଷା ଗ୍ରାମାଞ୍ଚଳମାନଙ୍କରେ ସାମାଜିକ ଦୂରତା ରକ୍ଷା ବିଲକୁଲ୍ ନାହିଁ କହିଲେ ଚଳେ । ତେଜରାତି ଦୋକାନ ଗୁଡିକ ଦିନସାରା ଖୋଲା ରହୁଛି । ମଦଭାଟି ଓ କୁଚିଆ ଭାଟି ଗୁଡିକରେ ଅବାଧରେ ମଦବିକ୍ରି ଏକ ସାଧାରଣ ଘଟଣା ହୋଇଥିବା ଦେଖିବାକୁ ମିଳୁଛି । ବନ୍ଦ ହୋଇଥିବା ସାପ୍ତାହିକ ହାଟମାନ ପୁଣି ଆରମ୍ଭ ହୋଇଛି ଓ ଲୋକ ଏକାଠି ଗହଳି କରି ସଉଦା କିଣୁଥିବା ଦେଖିବାକୁ ମିଳେ । ଇଟା, ବାଲି, ପଥର ପରିବହନ କାମ ଟ୍ରାକ୍ଟରମାନଙ୍କରେ ଅବାଧରେ ଚାଲିଛି । ସାମାଜିକ ଦୂରତା କଥା କେହି ସଚେତନ ବ୍ୟକ୍ତି ସୂଚୀତ କଲେ-ଆମ ଏଠି କୌଣସି କରୋନା ନାହିଁ ଓ ଆମର କିଛି ଅସୁବିଧା ହେବନାହିଁ ବୋଲି ଅମାନିଆ ମାନେ ଓଲଟା ଯୁକ୍ତି କରୁଥିବା ଦେଖିବାକୁ ମିଳେ । ଦଳଦଳ ହୋଇ ତାସ୍ ଖେଳ ଗାଁ ମାନଙ୍କରେ ସାଧାରଣ ଘଟଣା ।


ସାଧାରଣ ଲୋକଙ୍କ କଥା ଅଲଗା । ଅନେକ ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନେ ମଧ୍ୟ ସାମାଜିକ ଦୂରତା ନିର୍ଦ୍ଦେଶାବଳୀକୁ ଫୁ କରୁଛନ୍ତି । ଜିଲ୍ଲାରେ ଥିବା ଗ୍ୟାସ୍ ବିତରଣ ଏଜେନ୍ସି ମାନଙ୍କରେ ଲୋକେ ଗହଳି ହୋଇ ଗ୍ୟାସ୍ ନେବାକୁ ରୁଣ୍ଡ ହେଉଛନ୍ତି । ଗ୍ରାମ ପଞ୍ଚାୟତ ଦେଉଥିବା ଚାଉଳ, ଗହମ ଓ କରୋନା ସହାୟତା ଟଙ୍କା ପ୍ରଦାନ ବେଳେ ଭିଡ ବିଶେଷ ଭାବରେ ଦେଖିବାକୁ ମିଳୁଛି । ଗ୍ୟାସ୍ ଏଜେନ୍ସି ଓ ଗ୍ରାମ ପଞ୍ଚାୟତ ସରକାରୀ ସଂସ୍ଥା ହୋଇଥିଲେ ମଧ୍ୟ ସେମାନେ ସାମାଜିକ ଦୂରତା ରକ୍ଷାକୁ ପ୍ରାଧାନ୍ୟ ନଦେଇ ନିଜ କାମ ସାରିଦେବାରେ ତତ୍ପର ହେଉଥିବା ଅନୁଭବ ହୁଏ । ପୁଲିସ ପେଟ୍ରୋଲିଂ ଗାଡି ଦେଖିଲେ ଲୋକେ ଘରକୁ ଯାଇ ଲୁଚି ରହୁଥିବା ବେଳେ ଗାଡି ଚାଲିଯିବା ପରେ ପୁଣି ଦାଣ୍ଡକୁ ବାହାରି ଯେଉଁ ଗହଳିକୁ ସେହି ଗହଳି । ଲୋକେ ସାମାଜିକ ଦୂରତାକୁ ହେୟ ମନେ କରୁଥିବାରୁ ଆମ ଜିଲ୍ଲାକୁ ଭଗବାନ ହିଁ ଭରଷା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

hiranchal ad1
Leave A Reply

Your email address will not be published.

5 − 3 =