ମମିତା ମେହେର ହତ୍ୟାକାଣ୍ଡ; ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0 49

ପୁରୀ ୦୫।୧୧ : ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମାଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ । ତେବେ ମମିତା ମେହେରଙ୍କୁ ଯେଭଳି ଅତି ଜଘନ୍ୟ ଭାବେ ହତ୍ୟା କରାଗଲା ତାହା ଓଡିଶାବାସୀଙ୍କୁ ମର୍ମାହତ କରିଛି । ସବୁଠୁ ଦୁଃଖ ଦେଇଚି ମମିତାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ବଡ଼ ବଡ଼ିଆ ବ୍ୟକ୍ତିଙ୍କୁ ବିଜେଡି ସରକାର ସୁରକ୍ଷା ଦେଉଛି । ବିଜେଡିର ମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ସଠିକ ତଦନ୍ତ ହେଉନାହିଁ । ସେହିପରି ପୂର୍ବରୁ ଅନେକ ନାବାଳିକା ଓ ମହିଳାଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଘଟିଥିବା ବେଳେ ମମିତା ଭଳି ବଡ଼ ବଡ଼ିଆ ଲୋକଙ୍କୁ ନବୀନ ସରକାର ସବୁବେଳେ ସୁରକ୍ଷା ଦେଇ ଆସୁଥିବା ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା କହିଛନ୍ତି । ତେବେ ଆଜି ଦୀପାବଳି ଅବସରରେ ମମିତାଙ୍କ ଆତ୍ମା ସଦ୍ଗତି ପାଇଁ ଦୀପଦାନ ମୁଖ୍ୟ ଉଦେଶ୍ୟ ହେଉଛି ଓଡିଶାବାସିଙ୍କୁ ବିଜେଡି ସରକାରର ଅସଲ ରୂପ ବିଷୟରେ ସଚେତନ କରାଇବା । ଓଡିଶାବାସୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପ୍ରତିବାଦ ସ୍ୱର ନ ବାହାର କଲେ ଆଗାମୀ ଦିନରେ ବିଜେଡି ସରକାର ମନ୍ତ୍ରୀ ମମିତା ଭଳି ଆହୁରି ଅନେକ ମହିଳାଙ୍କୁ ଅତ୍ୟାଚାର କରିବେ ।

hiranchal ad1
Leave A Reply

Your email address will not be published.

seventeen + four =