ଜାଭେଲିନ ଥ୍ରୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

0 40

ପୁରୀ ୦୫।୧୧ : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜାଭେଲିନ ଥ୍ରୋ ଖେଳାଳି ବ୍ରହ୍ମଗିରିର ଶ୍ରୀ କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଗତ ମାସ ଅକ୍ଟୋବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଓପେନ ଆଥେଲେଟିକ ମିଟ୍-୨୦୨୧ରେ ସେ ପ୍ରତିନିଧିତ୍ବ କରି ପ୍ରଥମ ସ୍ଥାନ ଅଧିକାର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଶ୍ରୀ ଜେନା ୭୪.୨୬ ମିଟର ପର୍ଯ୍ୟନ୍ତ ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାପାଳ ଏହି ଆଥେଲେଟଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିବଛନ୍ତି । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଶ୍ରୀ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 + twelve =