ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ

0 49

ଦଶପଲ୍ଲା ୦୫।୧୧ : ଦୀପାବଳିର ପୂଣ୍ୟ ଅବସରରେ ଅନୁଷ୍ଠିତ ହୋଇଛି ଚର୍ଚ୍ଚିତ ଅନ୍ତର୍ଜାତୀୟ ବହୁଭାଷୀ କବିତା ଆସର । ବାଲିସାଇ ,ପୂର୍ବ ମେଦିନିପୁରରୁ ପ୍ରକାଶିତ ଅନ-ଲାଇନ ପତ୍ରିକା ‘ଶ୍ରେୟସୀ’ ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନରେ ବହୁଭାଷୀ କବିମାନଙ୍କ ସମାଗମ ହୋଇଥିଲା । ପ୍ରତିବେଶୀ ଦେଶ ବାଂଲାଦେଶରୁ ଉପସ୍ଥିତ ଥିଲେ ବରେଣ୍ୟ କବି ରାନା ଜ଼ାମାନ । ଓଡ଼ିଆ ଭାଷାରେ କବିତା ପାଠ କରିଥିଲେ ଭଦ୍ରକରୁ ସୌଭାଗ୍ୟ କୁମାର ମଲ୍ଲିକ, କଲିକତାରୁ ଯୋଗ ଗୁରୁ ଏବଂ ଅନୁବାଦକ ସନାତନ ମହାକୁଡ଼, ଝାରସୁଗୁଡ଼ାରୁ ଅଧ୍ୟାପକ ବୃନ୍ଦାବନ ନାହାକ ପ୍ରମୁଖ । ବଙ୍ଗଳା କବିତା ପାଠ କରିଥିଲେ, ପ୍ରଣବ କୁମାର ଭଟାଚାର୍ୟ୍ଯ, ଡ଼ ବିଶ୍ୱବ୍ରତ ମହାକୁଡ଼, କୃଷ୍ନା ପାଲ, ପଦ୍ମଲୋଚନ କରଣ, ଦେବାଶିଷ ସରଖେଳ, ପଲ୍ଲବୀ ଦାସ ଏବଂ ମନନ ସାହିତ୍ୟ ପତ୍ରିକାର ସମ୍ପାଦକ ଡ଼ଃ ଅଲୋକ ନାଥ ମିଶ୍ର । ଉଭୟ ଇଂରାଜୀ ଓ ବଙ୍ଗଳା ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ ନିତାଇ ମୃଧା । ଏହି ଅଧ୍ୟାୟରେ ପ୍ରଥମ କରି ଯୋଡି ହୋଇଥିଲେ ଦୁଇ ବଙ୍ଗୀୟ କବି ଦେବ କୁମାର ମୁଖାର୍ଜୀ ଓ ଦୀପଙ୍କର ସରକାର । ଡ଼ଃ ଗଗନ ଚନ୍ଦ୍ର ଦେଙ୍କ ସଂସ୍କୃତ କବିତା ଅନୁଷ୍ଠାନର ଶ୍ରୀବୃଦ୍ଧି କରିପାରିଥିଲା । ଛତିଶଗଡ଼ରୁ ହିନ୍ଦୀ ଭାଷାରେ ବ୍ୟଙ୍ଗ କବିତା ପାଠ କରିଥିଲେ ବିଶିଷ୍ଟ କବି ଗୋବିନ୍ଦ ପାଲ ଏବଂ ଉଚ୍ଚ ପ୍ରଶଂସିତ ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିବା ଏହି ଅନୁଷ୍ଠାନକୁ ଯୌଥ ସଞ୍ଚାଳନା କରିଥିଲେ ସମ୍ପାଦକ ବରୁଣ କୁମାର ଦାସ ଏବଂ ଧାମରା ବନ୍ଦରର ଡେପୁଟି ମ୍ୟାନେଜର ସୌଭାଗ୍ୟ କୁମାର ମଲ୍ଲିକ । ଉକ୍ତ ଅନୁଷ୍ଠାନଟି ବହୁ ସାହିତ୍ୟ ପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

four × 1 =