ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

0 51

ନବରଙ୍ଗପୁର,୨୭/୧୧- ନବରଙ୍ଗପୁର ସ୍ଥାନୀୟ ସାଇନ ଅନୁଷ୍ଠାନ ପକ୍ଷରୁ କୋଣାର୍କ ଆଈ.ଟି.ଆଈ. ପରିସରରେ ଭାରତ ସରକାରଙ୍କ ‘ସଙ୍କଳ୍ପ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ନିସବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଏହି ସିଲେଇ ତାଲିମ କାର୍ଯ୍ୟକ୍ରମରେ ୫୦ ଜଣ ଅନୁସୂଚିତ ଜନଜାତି ଯୁବତୀଙ୍କୁ ଏକମାସ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯିବ । ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦେବା ସହିତ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଳ୍ପକେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ କେ.ବିକ୍ରମ ରାଜୁଙ୍କ ସହିତ ନିସବୋର୍ଡର ପ୍ରୋଗ୍ରାମ କୋଡିନେଟର ଲକ୍ଷ୍ମୀଧର ପଣ୍ଡା ଓ କୋଣାର୍କ ଆଇ.ଟି.ଆଇ.ର ପରାମର୍ଶଦାତା ପୂର୍ଣ୍ଣ ମହାପାତ୍ର, ଅଧକ୍ଷା ମମତା ପାଢୀ, ପ୍ରଶିକ୍ଷକ ପ୍ରଦୀପ ପଟ୍ଟନାୟକ, ପ୍ରଶିକ୍ଷିକା ନମିନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − 15 =