ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହେଲେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

0 138

ନବରଙ୍ଗପୁର,୬/୧୧- ବିଦ୍ଧିବଧ ଭାବେ ଶାସକ ବିଜେଡିରେ ସାମିଲ ହେଲେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଶ୍ରୀ ମାଝୀ ଆଜି ନବରଙ୍ଗପୁର ମାଝୀଗୁଡା ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ପ୍ରଦୀପ । ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ମାଝୀ, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁରର ବିଜେଡି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ଧିବଧ ଭାବେ ବିଜେଡିରେ ସାମିଲ ହେଲେ ପ୍ରଦୀପ ମାଝୀ ମିଶ୍ରଣ ପୂର୍ବରୁ ପ୍ରଦୀପ ନବରଙ୍ଗପୁର ସହରରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ବେଳେ ପାରମ୍ପରିକ ବାଦ୍ୟ, ଯନ୍ତ୍ର ନୃତ୍ୟରେ କମ୍ପିଥିଲା ନବରଙ୍ଗପୁର ସହର । ଏହି ଶୋଭାଯାତ୍ରାରେ ପ୍ରାୟ ଦଶହଜାର ସମର୍ଥକଙ୍କ ସମେତ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାର ପ୍ରାୟ ୩ ଶହରୁ ଅଧିକ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ, ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ପଞ୍ଚାୟତସ୍ତରରେ ନେତା ଓ ସାଧାରଣ ଜନତା ସାମିଲହୋଇ ବିଜେଡିରେ ମିଶିଥିଲେ । ସହର ପରିକ୍ରମା ବେଳେ ପ୍ରଦୀପ ମାଝୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସାଧାରଣ ଲୋକେ ନିଜର ସମର୍ଥନ ଜଣାଇଥିଲେ । ପରେ ଆୟୋଜିତ ମିଶ୍ରଣ ସଭାସ୍ଥଳକୁ ଯାଇ ଶଙ୍ଖ ଫୁଙ୍କିଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =