ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

0 58

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ୍‌ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନନ୍ଦାହାଣ୍ଡି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳଙ୍କୁ ନିଜର ତଥା ନିଜ ଅଞ୍ଚଳର ସମସ୍ୟା ତଥା ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ୩୬ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା, ସେଥି ମଧ୍ୟରୁ ୩୨ ଜଣଙ୍କର ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୪ ଗୋଟି ଗୋଷ୍ଠୀଗତ ଥିଲା । ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଇଥିଲା । ଅଭିଯୋଗରେ ମୁଖ୍ୟତଃ ପାନୀୟଜଳ, ସ୍ୱାସ୍ଥ୍ୟ ସେବା, ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା,ଶିକ୍ଷା, ଜମିଜମା ସମ୍ବନ୍ଧୀୟ ଅଭିଯୋଗ ଥିଲା । ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଅଭିଯୋଗ ଜଣାଇବା ପାଇଁ ଆସିଥିବା ଲୋକଙ୍କୁ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଶୁଣିବା ସହିତ ଏଥି ସମ୍ବନ୍ଧିତ ପତ୍ର ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନ ଶୁଣାଣୀ ଶିବିରରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ୍‌ ଶୁଶ୍ରି , ଉପଜିଲ୍ଲାପାଳ ପଶାନ୍ତ କୁମାର ରାଉତ , ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁ, ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେର, ନନ୍ଦାହାଣ୍ଡି ବିଜେଡି ବ୍ଲକ ସଭାପତି ଦୟାନିଧି ବିଷୋୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. କାଳୀକୃଷ୍ଣ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଏବଂ ଜିଲ୍ଲା ସ୍ତରୀୟ ଏବଂ ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ପଂଚାୟତ ସମିତିର ସମସ୍ତ କର୍ମଚାରୀ ଏବଂ ପୋଲିସ ପ୍ରଶାସନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜଣେ ଦିବ୍ୟାଙ୍ଗ ଙ୍କୁ ହୁଇଲ ଚେୟାର , ଦୁଇ ଜଣଙ୍କୁ ବସ୍‌ ପାସ, ଜଣଙ୍କୁ କୃତ୍ରିମ ଅଙ୍ଗ, ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଓ ୧୨ ଜଣଙ୍କୁ ନୂତନ ଭତା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

12 − 4 =