ରାଜ୍ୟ ପୋଲିସ୍ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

0 129

ଭୁବନେଶ୍ୱର: ସଟ୍‌ଡାଉନ୍ ହଟିବା ପରେ ଲକ୍‌ଡାଉନ୍ କଟକଣା ଲୋକେ ମାନୁ ନଥିବା ଆଜି ରାଜଧାନୀର ବିଭିନ୍ନ ପୋଲିସ୍ ଥାନା ଅଞ୍ଚଳରେ ଦେଖାଯାଉଛି । ଦିନ ୧୨ଟା ସୁଦ୍ଦା ଅମାନିଆଙ୍କ ୬୩୭ଟି ଗାଡ଼ି ୨ ଚକିଆ/୪ଚକିଆ ଜବତ କରାଯାଇଛି ବୋଲି ନିଜେ ଡିସିପି ଭୁବନେଶ୍ୱର ଟ୍ୱିଟ୍ କରି ଜଣାଇଛନ୍ତି ।

hiring

ପୋଲିସ୍ ଭିଡ଼ିଓ ବାର୍ତ୍ତା ଦେଇ ମଧ୍ୟ କହିଛି ଯେ, ସେମାନଙ୍କ ଘରେ କାହାର ୨ବର୍ଷର ଝିଅକୁ ଛାଡ଼ି ଡ୍ୟୁିରେ କାମ କରୁଛି ତ ବାହାର ଘରେ ବୃଦ୍ଧ ମାତା ପଡ଼ି ରହିଛନ୍ତି । ଡ୍ୟୁଟି ଥିବାରୁ ଛୁଟି ନେଇ ଘରକୁ ଯାଇପାରୁ ନାହାନ୍ତି । ଏଣୁ ଲୋକମାନେ ଘରେ ରହି ନିଜକୁ ଓ ସମାଜକୁ ସୁରକ୍ଷିତ ରୁହନ୍ତୁ, ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପୋଲିସ୍‌ର ଏଭଳି କଠିନ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଲକ୍‌ଡାଉନ୍ କଟକଣା ମାନି ପୁଲିସ୍‌କୁ ସହଯୋଗ କରିବା ପାଇଁ ଅପିଲ୍ କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 − six =