ଅଗ୍ନିକାଣ୍ଡରେ ଯୁବତୀ ଜୀବନ୍ତ ଦଗ୍ଧ

0 116

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବାରସର ପଂଚାୟତ ର ମୁଟୁରିଗଡ ଗାଁ ରେ ଅଗ୍ନିକାଣ୍ଡ ଘଟି କବିତା ରାଉତ ଜୀବନ୍ତ ଦଗ୍ଧ। ଯୁବତୀ ଙ୍କ ବାପା କାମ ପାଇଁ ଯାଇଥିବା ବେଳେ ଯୁବତୀ ଙ୍କ ମା ଘର ବାହାରେ ଥିଲେ । ହଠାତ ଘରେ ନିଆଁ ଲାଗିଥିଲା । ଅଗ୍ନି ର ପ୍ରକୋପ ଯୋଗୁଁ ଗାଁ ଲୋକେ ଚିତ୍କାର ଶୁଣି ଯୁବତୀ ଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରି ସଫଳ ହୋଇପାରିନଥିଲେ । ପରେ ଗାଁ ଲୋକେ ଘର ର ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ଯୁବତୀ ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପୋଲିସ ଶବକୁ ଜବଡ଼ କରିବା ସହିତ ଏକ ଅପମୁତ୍ଯୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନାରୁ ଜଣାଯାଏ ରବିବାର ଦିନ ଗ୍ରାମରେ ସରକାରୀ ସହାୟତା ବଣ୍ଟା ଯାଉଥିବା ସମୟରେ ଘରର ମଥାନରେ ନିଆଁ ଲାଗିଥିବାର କେତକ ଗ୍ରାମବାସୀ ଦେଖିବକୁ ପାଇଥିଲେ , ଅନେକ ଚେଷ୍ଠା କରି ବିଫଳ ହୋଇ ଥିଲେ ।ତେବେ ଅଗ୍ନିକାଣ୍ଡ କେମିତି ହେଲା ସେ ବିଷୟ ରେ କୌଣସି ସ୍ପଷ୍ଠ ସୂଚନା ମିଳିନି ।

hiranchal ad1
Leave A Reply

Your email address will not be published.

four × 5 =