୭ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ

0 497

ମାଲକାନଗିରି:    ମାଲକାନଗିରି-ଛତିଶଗଡ ସୀମାନ୍ତ  ସୁକୁମା ଜିଲ୍ଲାରେ ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ସମସ୍ତ ସାତ ଜଣ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ବୋଲି ଜଣାପଡିଛି ।ସୂଚନାନୁସାରେ, ସୋମବାର ରାତିରେ ନକ୍ସଲମାନେ ୭ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କୁ ଫେରାଇ ଆଣିବା ଲାଗି ନକ୍ସଲ ଶିବିରକୁ ଯାଇଥିବା ଅନ୍ୟ ଚାରି ଜଣ ଯୁବକ ମଧ୍ୟ ଫେରି ନାହାନ୍ତି । ସେମାନଙ୍କୁ ମଧ୍ୟ ନକ୍ସଲମାନେ ଅଟକ ରଖିଥିଲା ସନ୍ଦେହ କରାଯାଉଚି ।ନିକଟରେ ଗାଁର ଯୁବକ ମାନେ ପୋଲିସ ବାହିନୀରେ ଯୋଗ ଦେଇଥିଲେ । ଏଥିପାଇଁ  ନକ୍ସଲମାନେ ଏହି ଅପହରଣ କରିଥିବା ଜଣାପଡିଛି । ସୁକୁମା ପୋଲିସ ଘଟଣା ଉପରେ ନଜର ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି ।

hiranchal ad1
Leave A Reply

Your email address will not be published.

11 − six =