ଅଶ୍ଳିଳ ଫିଲ୍ମ ନିର୍ମାଣ କରୁଥିଲେ, କେମିତି ଧରାପଡିଗଲେ ରାଜ କୁଦ୍ରା ଜାଣନ୍ତୁ

0 485

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଘୃଣିତ କାର୍ଯ୍ୟ କରି ଗିରଫ ହୋଇଛନ୍ତି  । ତେବେ ସେ କେମିତି ଧରାପଡ଼ିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । 

ଶାର୍ଲିନ ଚୋପ୍ରାକୁ ଜେରା କରିବା ବେଳେ ସେ ହିଁ ରାଜ କୁନ୍ଦ୍ରାଙ୍କ ନାଁ ନେବା ସହ ଅନେକ ରହସ୍ୟର ପର୍ଦ୍ଧାଫାଶ କରିଥିଲେ  । ଏହି ମାମଲାରେ ପୂର୍ବରୁ ଏକତା କାପୁର ଓ ପୁନମ ପାଣ୍ଡେଙ୍କୁ ବି ପୁଲିସ ପଚରା ଉଚରା କରିସାରିଛି । ଶାର୍ଲିନ ଚୋପ୍ରା ହିଁ ପୁଲିସକୁ ସବିଶେଷ ତଥ୍ୟ ଦେଇଥିଲେ  । ସିନେମା କେଉଁଠି ସୁଟିଂ ହୁଏ, କେତେ ମିଳେ, କେମିତି ଅପଲୋଡ଼ ହୁଏ ଆଦି ସମ୍ପର୍କରେ ଟିକିନିଖି ତଥ୍ୟ ଦେଇଛନ୍ତି  ।

hiring

ଭାରତରୁ ଲଣ୍ଡନ ପର୍ଯ୍ୟନ୍ତ ରାଜ କୁନ୍ଦ୍ରା ଏଭଳି ଜାଲ ବିଛାଇଥିବା ଜଣାପଡ଼ିଛି  । ରାଜ କୁନ୍ଦ୍ରାଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନିଆଯିବ  । ରିମାଣ୍ଡରେ ନେବା ପରେ ବହୁ ଗୋପନ ତଥ୍ୟର ପର୍ଦ୍ଧାଫାଶ ହୋଇପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି  ।

ଫେବୃଆରୀ ମାସରେ ଅଶ୍ଳୀଳ ସିନେମା କରିବା ନେଇ ଏକ ମାମଲା ରୁଜୁ ହୋଇଥିଲା  । ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା  । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ରାଜ କୁନ୍ଦ୍ରା ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା  । ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁଲିସ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି  । ତାଙ୍କୁ ଜେରା କରିବା ପରେ ଆହୁରି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ଜଣାପଡ଼ିବ ବୋଲି ପୁଲିସ ଆଶା ରଖିଛି  ।

hiranchal ad1
Leave A Reply

Your email address will not be published.

15 + 18 =