କୋଭିଡ କଟକଣାରେ ବାହୁଡ଼ା ଯାତ୍ରା

0 91

ସମ୍ବଲପୁର :ତୃତୀୟ ଲହରୀର ଆଶଙ୍କା ଓ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଘୋଷିତ କଟକଣା ଯୋଗୁଁ ଆଜି ପୂର୍ବାହ୍ନ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ବିଜେ ହୋଇଯାଇଛି । ସୀମିତ ଭକ୍ତଙ୍କ ଗହଣରେ ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ରଥ ଗଡିବା ସ୍ଥଗିତ ରଖାଯାଇଛି । ସମ୍ବଲପୁରର ପ୍ରତିଷ୍ଠିତ ରଥଯାତ୍ରା ପରମ୍ପରା ପାଳନ ଅନୁଯାୟୀ ସର୍ବପ୍ରଥମେ ସ୍ଥାନୀୟ ଝାଡୁଆପଡା ସ୍ଥିତ ବରମପୁରା ଜଗନ୍ନାଥ ମନ୍ଦିରରେ ଆଜିକାର ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ବିଜେ ଆରମ୍ଭ କରାଯାଇଛି । ଏହା ପରେ ଗୋଟି ଗୋଟି କରି ଅନ୍ୟ ସବୁ ଜଗନ୍ନାଥ ମନ୍ଦିର ମାନଙ୍କରେ ପହଣ୍ଡି ବିଜେ ବିଧି ଅନୁଷ୍ଠିତ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥାରୂଢ଼ ହୋଇ କିଛି ସମୟ ରଖାଯିବ ଓ ସେଠାରେ ପୂଜା ଅର୍ଚ୍ଚନା ପରେ ପ୍ରଭୁ ଜଗନ୍ନାଥ ନିଜ ଜ୍ୟୋଷ୍ଠ ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କ ସହିତ ସ୍ୱମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ । ସେତିକି ସ୍ୱଳ୍ପ ସମୟ ମଧ୍ୟରେ ଯେତିକି ସମ୍ଭବ ଭକ୍ତ ସେଠାରେ ପହଞ୍ଚି ଦର୍ଶନ ଲାଭ କରିବେ । ସମଗ୍ର ଓଡ଼ିଶା ସହିତ ଏଠାରେ ମଧ୍ୟ ରଥଯାତ୍ରା ଓ ବାହୁଡା଼ ଯାତ୍ରା ବହୁତ ଜାଗଜମକ ସହିତ ପାଳନ ହୋଇଥାଏ, କିନ୍ତୁ ଏଥର କୋଭିଡ କଟକଣା ଭକ୍ତମାନଙ୍କୁ ନିରାଶ କରିଛି ।

hiranchal ad1
Leave A Reply

Your email address will not be published.

9 − one =