ନୟାଗଡ଼ରେ ନିର୍ମୂଳ ହେବ କି ବିଜେପି ?

0 200

ଦଶପଲ୍ଲା ୧୮।୧୨: ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ସମୟରେ ନୟାଗଡରେ ବଦଳୁଛି ରାଜନୈତିକ ପାଣିପାଗ ଇରାନୀଙ୍କୁ ଛାଡି ଅରୁଣଙ୍କ ହାତ ଧରିଲେ ନୟାଗଡ଼ର ପୂର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ । ବହୁ ବର୍ଷର ଇରାନୀ ନିରୁପମା ବନ୍ଧୁତ୍ୱରେ ପଡିଲା ଛକ ଚିହ୍ନ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି କର୍ମୀ ଓ ନେତା ମାନଙ୍କର ଦଳ ଡିଆଁ ପର୍ବ ସେତେ ବଢ଼ିବାରେ ଲାଗିଛି । ନୟାଗଡ଼ ବିଧାନସଭା କ୍ଷେତ୍ରକୁ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିରୋଧୀ ଶୁନ୍ୟ କରିବା ଦିଗରେ ଦିନକୁ ଦିନ ସଫଳ ହେବାରେ ଲାଗିଛନ୍ତି । ବିଜେଡିର ଏକ ମିଶ୍ରଣ ପର୍ବରେ ପୂର୍ବରୁ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ ପୁଣିଥରେ ବିଜେଡିରେ ଯୋଗ ଦେଇଛନ୍ତି । ଗୋଟିଏ ପଟେ ମନ୍ତ୍ରୀ ଡ. ସାହୁ ନିଜର କ୍ଷମତା ବଢ଼ାଇ ଚାଲିଥିବା ବେଳେ ଅନ୍ୟ ପଟେ ଦିନକୁ ଦିନ ଜିଲ୍ଲା ବିଜେପି କ୍ଷମତା ଶୂନ୍ୟ ହେବାରେ ଲାଗିଛି । ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ଏବଂ ନେତୃତ୍ୱରେ ଅସନ୍ତୋଷ ହୋଇ ଦଳ ଛାଡୁଥିବା ପ୍ରକାଶ କରୁଛନ୍ତି କର୍ମୀ ଏବଂ ନେତା ମାନେ । ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ନୟାଗଡ଼ ମ୍ୟୁନିସିପାଲଟିର ପୁର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଦଶରୁ ଅଧିକ ବିଜେପିର ଆଗଧାଡିର ଛାମୁଆ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 18 =