ରାୟଗଡା ବ୍ଲକର ଅଷ୍ଟାଦଶ ସମିତି ବୈଠକ ଅନୁଷ୍ଠିତ

0 62

ରାୟଗଡା ୧୮।୧୨: ରାୟଗଡା ବ୍ଲକ ସଦଭାବନା ଗୃହ ଠାରେ ସମିତିର ଅଷ୍ଟାଦଶ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ମିନତୀ ବାଚେଲୀ, ରାୟଗଡ଼ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବି ଜୋନ ସଦସ୍ୟ ଗଙ୍ଗାଧର ପୁଆଲା, ଜିଲ୍ଲା ପରିଷଦ ସଦସ୍ୟ ଅମ୍ବିକା ବିଡିକା ଓ ପି.ଗୌରୀ ଶଙ୍କର, ମାନ୍ୟବର ଲୋକସଭା ସାଂସଦଙ୍କ ପ୍ରତିନିଧି ଏସ ଜିଭିତେଶ୍ଵର ରାଓ, ଏବିଡିଓ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ବିଡିଓ ଲକ୍ଷ୍ମୀନାରାୟଣ ସାବତ ଉପସ୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ବିଭିନ୍ନ ସରକାରୀ ବିଭାଗୀୟ କର୍ମକର୍ତ୍ତାଙ୍କୁ ବୈଠକରେ ସ୍ଵାଗତ ଜଣାଇଥିଲେ । ମାନ୍ୟବର ବିଧାୟକ ଦୀର୍ଘ ପାଞ୍ଚ ବର୍ଷ ଶୃଙ୍ଖଳିତ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ ନିମନ୍ତେ ସାଧୁବାଦ ଜଣାଇଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଆଲା ଦୀର୍ଘ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ସହ ଉଲ୍ଲେଖନୀୟ ବିକାଶ ସଂଗଠିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ବ୍ଲକରେ ଜଳ କଷ୍ଟ, ବିଜୁଳି ଅଭାବ, ଗମନାଗମନ ଭଳି ସମସ୍ୟା ଆଉ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ଲେଲେରୀ, ପରମଝୋଲା ଭଳି ଅଞ୍ଚଳରେ ବିଜୁଳି ଓ ରାସ୍ତା ଭଳି ସମସ୍ୟା ସମାଧାନ ହୋଇଥିବା ବେଳେ ସେଠାରେ ସାଧାରଣ ବଣ୍ଟନ ଦ୍ରବ୍ୟ ଲୋକଙ୍କ ପାଖରେ ପହଞ୍ଚିବା ନିମନ୍ତେ ବ୍ୟବସ୍ଥା କରାଯାଉଅଛି । ପ୍ରତି ଗ୍ରାମରେ ଷ୍ଟ୍ରିଟ ଲାଇଟ, ରାସ୍ତା, ପାନୀୟ ଜଳ ପହଞ୍ଚି ପାରିଥିବା ପ୍ରକାଶ କରି ବାକି ରହିଥିବା ପ୍ରକଳ୍ପ ଗୁଡିକୁ ଅତି ଶିଘ୍ର କରାଯିବ। ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବି ଡି ଓ ଶ୍ରୀ ସାବତ ପ୍ରକାଶ କରିଥିଲେ । ସରପଞ୍ଚ ନାକିଟି ଓ ସମିତି ସଭ୍ୟ ହାଲୁଆଙ୍କ ପ୍ରଶ୍ନର ଉତ୍ତରରେ ବଡ ଚେକା ଓ ବାରିଝୋଲା ଠାରେ ଲୋକ ସଂଖ୍ୟା ତୁଳନାରେ ପାନୀୟ ଜଳର ଅଭାବ ଓ ଜଳସ୍ତର କମ ଯୋଗୁଁ ନଳକୂପ ଗୁଡିକ ଜଳ ଆବଶ୍ୟକତା ମେଣ୍ଟାଇ ପାରୁନଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଥିଲେ । ଆଗାମୀ ଦିନରେ ମେଗା ଜଳ ପ୍ରକଳ୍ପ ଗୁଡିକ ଦ୍ଵାରା ଏହାର ସମାଧାନ ହୋଇପାରିବ ବୋଲି ଜିଲ୍ଲା ପରିଷଦ ସଭାପତି ପ୍ରକାଶ କରିଥିଲେ । ଆଗାମୀ ବର୍ଷ ନିମନ୍ତେ ପଞ୍ଚମ ଓ ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ବିନିଯୋଗ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚମ ଓ ପଞ୍ଚଦଶ ଅର୍ଥ କମିଶନ ପାଣ୍ଠିରେ ପଞ୍ଚାୟତ ସମିତିକୁ ଗ୍ରାମ ପଞ୍ଚାୟତ ପିଛା ଯଥାକ୍ରମେ ଚାରି ଲକ୍ଷ ତିନି ହଜାର ଆଠ ସହ ଅଣଚାଳିଶି ଓ ପାଞ୍ଚ ଲକ୍ଷ ଆଠ ହଜାର ତିନି ଶହ ବୟାଅଶି ଟଙ୍କା ଏବଂ ଜିଲ୍ଲା ପରିଷଦ ପାଣ୍ଠିରେ ସମିତିକୁ ଯଥାକ୍ରମେ ଦୁଇ ଲକ୍ଷ ଏକାନବେ ହଜାର ତିନି ଶହ ଏକତିରିଶି ଓ ପଞ୍ଚାବନ ଲକ୍ଷ ତିନି ହଜାର ଏକ ଶହ ବୟାଅଶି ଟଙ୍କା ଅଟକଳର କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ସଚେତନ ନାଗରିକ ଭାବେ ସାମିଲ ହୋଇ ଅଞ୍ଚଳର ବିକାଶ ନିମନ୍ତେ ନିଜକୁ ସାମିଲ କରିବା ନିମନ୍ତେ ଅଧ୍ୟକ୍ଷ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ ଏବିଡିଓ କାଳୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =