କରୋନା ମୁକାବିଲା ପାଇଁ ପିଏମ୍ କେୟାରସ୍‌କୁ ୧କୋଟି ଦାନ କଲେ ଓସିଏ ସଭାପତି

0 2,606

ଭୁବନେଶ୍ୱର : ମହାମାରୀ କରୋନା ମୁକାବିଲା ପାଇଁ ବହୁତ ଅର୍ଥର ଆବଶ୍ୟକ ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ପିଏମ୍ କେୟାରସ୍ ଫଣ୍ଡକୁ ଦାନ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ଅନୁପ୍ରାଣିତ ହୋଇ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ତଥା ଏମଜିଏମ୍ ମିନେରାଲ୍ସ ଲିମିଟେଡର ଚେୟାରମ୍ୟାନ୍ ପଙ୍କଜଲୋଚନ ମହାନ୍ତି କୋଭିଡ-୧୯ ନିୟନ୍ତ୍ରଣ ପାଇଁ ପିଏମ୍ କେୟାରସ୍ ଫଣ୍ଡକୁ ୧କୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ଶ୍ରୀଯୁକ୍ତ ମହାନ୍ତି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧କୋଟି ଟଙ୍କା ପ୍ରଦାନ କରିଥିଲେ । ସେହିପରି ଓସିଏ ପକ୍ଷରୁ ଓସିଏ ସଂପାଦକ ସଂଜୟ କୁମାର ବେହେରା କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକକୋଟି ଟଙ୍କା ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 10 =