ଭାରତରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌; ଦକ୍ଷିଣ ଆଫ୍ରିକା ଫେରନ୍ତା ୧୦ ଯାତ୍ରୀ ନିଖୋଜ

0 29

ନୂଆଦିଲ୍ଲୀ ୦୪।୧୨ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଭାରତରେ ଚିନ୍ତା ବଢ଼ାଉଛି। କର୍ଣ୍ଣାଟକରେ ୨ ଜଣ ଲୋକ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଦେଇଛନ୍ତି। ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି। କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବ ନାହିଁ।

hiring

ସେହିପରି କରୋନାର ୨ ଡୋଜ ଟିକା ନେଇ ନଥିଲେ ମଲ, ସପିଂ ମଲ୍‌ରେ ପ୍ରବେଶ ମନା ହୋଇଛି। ମହାରାଷ୍ଟ୍ରରେ ୩୦ ଲୋକଙ୍କର ନମୁନା ଜୀନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ରାଜସ୍ଥାନର ଜୟପୁରରେ ଗୋଟିଏ ପରିବାରର ୯ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି। 

କର୍ଣ୍ଣାଟକରେ ୨ ଜଣ ବ୍ୟକ୍ତି ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ବିପଦ ବଢ଼ିବ ବୋଲି କୁହାଯାଉଛି। କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. କେ ସୁଧାକର କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ୫୭ ଯାତ୍ରୀ ବେଙ୍ଗାଲୁରୁ ଫେରିଛନ୍ତି। ଏଥିରୁ ୧୦ ଜଣ ଯାତ୍ରୀ ଏବେ ନିଖୋଜ ଅଛନ୍ତି। ଏହି ୧୦ ବିଦେଶୀ ଯାତ୍ରୀଙ୍କୁ ଟ୍ରେସ କରାଯାଇପାରିବ ନାହିଁ। କାରଣ ସେମାନଙ୍କର ଫୋନ ମଧ୍ୟ ବନ୍ଦ ଅଛି। 

hiranchal ad1
Leave A Reply

Your email address will not be published.

2 × three =