ପାରାଦୀପ ବନ୍ଦର ର ନୂଆ ଅଧ୍ୟକ୍ଷ ହେବେ ପି.ଏଲ୍‌.ହରାନାଧ

0 130

ପାରାଦୀପ : ଦୀର୍ଘ ନଅ ମାସରୁ ଉର୍ଦ୍ଧ ସମୟ ହେବ ଖାଲି ଥିବା ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ପୂରଣ ହେବା ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୋଲାମରାଜୁ ଲକ୍ଷ୍ମୀ ହରାନାଧ( ଆଇ.ଆର୍‌.ଟି.ଏସ୍‌.)ଙ୍କ ନାମ କୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟ୍‌ କମିଟି ମୋହର ମାରିଛି । ଏ ସଂପର୍କରେ ଭାରତ ସରକାରଙ୍କ ଉପସଚୀବ ନିଧି ଶ୍ରୀବାସ୍ତବଙ୍କ ଚିଠି ରୁ ଜଣାପଡିଛି ଯେ,୧୯୯୪ ବ୍ୟାଚ୍‌ ର ଆଇ.ଆର୍‌.ଟି.ଏସ୍‌. ଅଧିକାରୀ ଶ୍ରୀ ହାରାନାଧ ୨୦୨୬ ମସିହା ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ପାରାଦୀପ ର ଅଧ୍ୟକ୍ଷ ଭାର ଗ୍ରହଣ କରିବେ । ପାରାଦୀପ ବନ୍ଦରର ପୁର୍ବତନ ଅଧ୍ୟକ୍ଷ ରିଙ୍କେଶ ରାୟ ଗତ ଡିସେମ୍ବର ମାସ ୨୨ ତାରିଖ ଦିନ କାର୍ଯ୍ୟକାଳ ପୂରଣ କରି ଫେରି ଯାଇଥିଲେ । ସେବେ ଠାରୁ ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ଖାଲି ରହିଥିଲା । କୋଲକତା ବନ୍ଦର ର ଅଧ୍ୟକ୍ଷ ବିନୀତ କୁମାର ଏହା ପର ଠାରୁ କୋଲକତା ବନ୍ଦର ସହିତ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଦାୟିତ୍ୱ ରେ ଥିଲେ । ଶ୍ରୀ ହରାନାଧ ଙ୍କ ଯୋଗ ଦାନ ପରେ ପାରାଦୀପ ବନ୍ଦରର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

6 + 7 =