ପାରାଦ୍ୱୀପ ବନ୍ଦରରେ ସନ୍ଦିଗ୍ଧ ପ୍ୟାକେଟ୍

0 76

ପାରାଦ୍ୱୀପ ବନ୍ଦରରେ ମିଳିଲା ସନ୍ଦିଗ୍ଧ ପ୍ୟାକେଟ୍ । ବର୍ଥରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି ୮ଟି ସନ୍ଦେହଜନକ ପ୍ୟାକେଟ୍ । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଜବତ ୮ ଟି ପ୍ୟାକେଟ୍ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି ବର୍ଥରେ ଲାଗିଥିବା ଏମ୍.ଭି. ଦେବି ନାମକ ଜାହାଜରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ଦୁଇ ଦିନ ପୂର୍ବେ ପାରାଦୀପ ପୋର୍ଟକୁ ଆସିଥିଲା ଏହି ଜାହାଜ । ଜାହାଜରେ ସନ୍ଦିଗ୍ଧ ଅବସ୍ଥାରେ ପ୍ୟାକେଟ୍ ଦେଖି ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ଏହି ପ୍ୟାକେଟ ଜବତ ହୋଇଛି। । ସମସ୍ତ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି ।
ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଏହି ଜାହାଜ ଲାଗିଥିଲା। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦ୍ୱୀପ ପୋର୍ଟରେ ପହଞ୍ଚିଥିଲା । ପାରାଦ୍ୱୀପ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା ।ମାତ୍ର ଜାହାଜରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ । ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା । ଗତ ରାତିରେ CISF, ପାରାଦ୍ୱୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା ।ଏହାପରେ ଜାହାଜକୁ ଯାଞ୍ଚ କରାଯିବାରୁ ସନ୍ଦିଗ୍ଧ ପ୍ୟାକେଟ ଜବତ ହୋଇଛି । ପ୍ରତି ପ୍ୟାକେଟର ଓଜନ ୮ ରୁ ୧୦ କେଜି ରହିଛି । ପ୍ରତି ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ରହିଥିବା ବେଳେ ତାହା କିଛି ନିଶା ଦ୍ରବ୍ୟ ବୋଲି ସନ୍ଦେହ କରାଯାଉଥିଲା । ଜବତ ସାମଗ୍ରୀର ଯାଞ୍ଚ ପାଇଁ ଆଜି ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ସହ ପାରାଦୀପରେ ପହଞ୍ଚିଥିଲେ । ସେମାନେ ସମସ୍ତ ପ୍ୟାକେଟ ଯାଞ୍ଚ କରିବା ପରେ ସେଥିରେ କୋକେନ ଥିବା ସ୍ପଷ୍ଟ କରିଛନ୍ତି । ଜାହାଜରୁ ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି । ତେବେ ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନଥିବା ସୂଚନା ମିଳିଛି

hiranchal ad1
Leave A Reply

Your email address will not be published.

19 − thirteen =