ପାରଳାରେ ସଟଡାଉନ କଡ଼ାକଡ଼ି

0 51

ପାରଳାଖେମୁଣ୍ଡି ; ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଟଡାଉନ ହୋଇଛି। ଶନିବାର ଓ ରବିବାର ଏହି ସଟଡାଉନ ରହିବ ଆଜି ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଜାଗାରେ ପୋଲିସ ମୃତୟନ ହୋଇଛି ଓ ଯାଞ୍ଚ କଡ଼ାକଡ଼ି କରା ଯାଇଛି।କାରଣ ନଥାଇ ବାହାରେ ବୁଲାବୁଲି ନ କରିବା ଓ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ପାଇଁ ପୋଲିସ ପ୍ରସ୍ତୁତ ଅଛନ୍ତି। ଆଜି ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ସହରର ବିଭିନ୍ନ ଛକ ଜାଗାରେ ପହଞ୍ଚି କଡ଼ାକଡ଼ି ଯାଞ୍ଚ ଓ  କାମ ନ ଥିଲେ ଘରୁ ନ ବାହାରିବା, ଘରେରହିବା ପାଇଁ ପରାମର୍ଶ ଦେଇ ଥିଲେ।ଅମାନିଆଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହି ଥିଲେ।ଏହି କାର୍ଯ୍ୟକ୍ରମ ରେ ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ରହିଲୋକଙ୍କୁ  ସଚେତନ କରାଇବା ସହ ଲୋକଙ୍କୁ ସଚେତନ ରହିବା ପାଇଁ କହିଥିଲେ।ଏହା ସହ ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ଥିଲେ।ଏହି ସମୟରେ କେବଳ ଜରୁରୀ କାଳୀନ ସେବା ଗୁଡିକ ଖୋଲା ରହିବ ଅନ୍ୟ ସବୁ ସେବା ବନ୍ଦ ରହିବ।ଏହି ସଟ ଡାଉନ ସୋମବାର ସକାଳ 5 ଟା ପର୍ଯ୍ୟନ୍ତ ବଲବତରହିବ।କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି କଟକଣା ଜାରି କରା ଯାଇଛି। 

hiranchal ad1
Leave A Reply

Your email address will not be published.

four × three =