ପାଟଣାଗଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

0 396

ପାଟଣାଗଡ଼,୮/୧୦- ପାଟଣାଗଡ଼ ନୂତନ ଉପଜିଲ୍ଲାପାଳ ଭାବେ ଡ଼. ବିଜୟାନନ୍ଦ ସେଠୀ ଆଜି ଯୋଗଦାନ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ରାୟଗଡ଼ାକୁ ବଦଳି ହେବାପରେ ପ୍ରାୟ ତିନିମାସ ଧରି ପାଟଣାଗଡ଼ ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱରେ ଥିଲେ । ଆଜି ନୂତନ ଭାବେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦାନ ପୂର୍ବରୁ ତିନିବର୍ଷ କାଳ ଗଞ୍ଜାମ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ । ପାଟଣାଗଡ଼ ଉପଖଣ୍ଡର ବିକାଶ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ନୂତନ ଉପଜିଲ୍ଲାପାଳ ଶ୍ରୀ ସେଠୀ ବିଭିନ୍ନ ପଦାଧିକାରୀଙ୍କୁ ତାଗିଦ କରିବା ସହ ନିଜର ବ୍ୟକ୍ତିତ୍ୱକୁ କଥାରେ ନୁହେଁ କାମରେ କରିଦେଖାଇବାକୁ ପରାମର୍ଶ ଦେଇଥିବାବେଳେ ଭଲ କାମ କଲେ ଆଗାମୀ ଦିନରେ ଜନସାଧାରଣଙ୍କ ମନରେ ପ୍ରିୟଭାଜନ ହୋଇପାରିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 + 10 =