ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

0 132

ପାଟଣାଗଡ଼,୨୧/୪- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଭାରତ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା. ରବିନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ବେଲପଡ଼ା ବ୍ଲକ ଚେୟାରମ୍‌ଯାନ ଟିନା କୁମ୍ଭାର ଓ ଭାଇସ ଚେୟାରମ୍ୟାନ ଦୁର୍ଯ୍ୟୋଧନ କୁମ୍ଭାର ଯୋଗ ଦେଇଥିବା ବେଳେ ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୁରେନ ବେଲପଡ଼ା ସରପଞ୍ଚ ହରିଶ ବୁଡେକ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଆଇସିଡିଏସ ବିଭାଗ ତରଫରୁ ଖାଦ୍ୟ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିପିଏମ ରଶ୍ମିରଞ୍ଜନ ପୁରୋହିତ, ପିଏଚଇଓ ମଞ୍ଜୁଲତା ସେଠୀ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − 2 =