ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

0 202

ଫୁଲବାଣୀ:ଶନିବାର ସନ୍ଧ୍ୟା ୫ଟା୩୦ମିନିଟ ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆମ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ଉତ୍ସାହିତ କରିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ, ବୃନ୍ଦା ଡ଼ି ,ଏସପି ପ୍ରତୀକ ଗୀତା ସିଂ, ଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ଥାନା କର୍ମଚାରୀ ଯଥା ମହେନ୍ଦ୍ର ନାଥ ମର୍ମ୍ମୁ, ଆରଆଇ ଧର୍ମେନ୍ଦ୍ର ପ୍ରଧାନ, ଥାନା ଅଧିକାରୀ ନରେଶ ସାହୁ ,ଫୁଲବାଣୀ ସହର ରେ ଥିବା ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ,ଆଶା କର୍ମୀ, ନର୍ସ, SHG ଗ୍ରୁପ ର ମହିଳା ମାନେ ,ଟିମ ହ୍ୟୁମାନୀଟି ସ୍ବେଚ୍ଛାସେବୀ,ପ୍ରେସ କ୍ଲବ ସଭାପତି ଶିବ ତ୍ରିପାଠୀ, ସମ୍ପାଦକ ଅଜିତ ମହାରଣା, ବିଧାୟକ ଅଙ୍ଗଦ କହଁର, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ ,ସମ୍ପାଦକ କମଳ ବେହେରା,ସୁଧୀର କହଁର,କନ୍ଧମାଳ ପିପୁଲସ ଫୋରମ ର ସଭାପତି ରାଧାମୋହନ ମହାପାତ୍ର, ମିଳିତ ନାଗରିକ ମଞ୍ଚ,ୟୁଥ ଫର ଚେଞ୍ଜ ର ସୁକାନ୍ତ ବେହେରା ଓ ତାଙ୍କ ସାଥି,ସ୍ୱ।ତୀ ଅନୁଷ୍ଠାନ ର ହରି ଶଙ୍କର ରାଉତ, ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିବା ସହିତ ଅନେକ ସ୍ବେଚ୍ଛାସେବୀ ମାନେ ପ୍ରାୟ ଏକ ହାଜର ରୁ ଉର୍ଦ୍ଧ ଉପସ୍ଥିତ ରହି ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।ସମସ୍ତେ ସମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପରିଧାନ କରିଥିଲେ।

hiring

୦୫.୩୦ ମି. ସମୟେରେ ଫୁଲବାଣୀ ସହର ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତର ସମୂହ ଗାନରେ ସହର ଗୁଞ୍ଜରିତ ହେଉଥିଲା।ଏହି କାର୍ଯ୍ୟକ୍ରମ ଅଳ୍ପ ସମୟ ପାଇଁ ହୋଇଥିଲେ ମଧ୍ୟ ଆମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ପାରିଲୁ ବୋଲି ସମସ୍ତ ଫୁଲବାଣୀ ବାସୀ ଖୁସି ଅନୁଭବ କରିବା ସହିତ ସୁନ୍ଦର ଆୟଜନ କରିଥିବା ଯୋଗୁଁ କନ୍ଧମାଳ ଏ .ସ .ପି ଏବଂ ଜିଲାପାଳଙ୍କୁ ସମସ୍ତେ ପ୍ରଶଂସା କରିଥିଲେ l

hiranchal ad1
Leave A Reply

Your email address will not be published.

three × 3 =