୭୩ କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଜବତ, ଚାରିଜଣ ଚାଲାଣକାରୀ ଗିରଫ

0 296

ବାଲିଗୁଡ଼ା: ଗଞେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ୭୩କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ୍ । ଏଥିସହିତ ଚାରିଜଣ ଚାଲାଣକାରୀ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲା ତୁମୁଡ଼ିବନ୍ଧ ପୋଲିସ୍ । ସୂଚନା ପ୍ରକାରେ ଅଞ୍ଚଳରେ ପେଟ୍ରଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ଗାଡ଼ି ମୋଟର ଯାଞ୍ଚ୍ ଚଳାଇଥିଲା ପୋଲିସ୍ । ସେହି ସମୟରେ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଦୃତ ଗତିରେ ଯାଉଥିବା ଦେଖି ପୋଲିସ୍ ଉଭୟ ଗାଡ଼ିକୁ ପିଛାକରି ତୁମୁଡ଼ିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ଉଭୟ ଗାଡ଼ିକୁ କାବୁ କରିଥିଲା ଏବଂ ଗାଡ଼ିରୁ ୭୩ କେଜି ଗଞ୍ଜେଇ ଜବତ କରିଥିଲା । ଘଟଣାରେ ସଂପୃକ୍ତ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଚାରିଜଣ ଚାଲାଣକାରୀଙ୍କ ମଧ୍ୟରୁ ଦୁଇଜଣ ନୁଆପଡ଼ା ଜିଲ୍ଲା କରିବାର ଅଞ୍ଚଳର ଜୟ ବାଗ୍ ଓ ବଇଦ ବାଗ୍ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାଲିଗୁଡ଼ା ଥାନା ଡପାକିଆ ଗ୍ରାମର ପିତର ଦିଗାଲ ଓ ଡଙ୍ଗେରୀ ଗ୍ରାମର ନିଜିଙ୍ଗା ମଲ୍ଲିକ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ନୁଆପଡ଼ା ଜିଲ୍ଲାକୁ ଚାଲାଣ ହେଉଥିଲା ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ(୩,୫୦,୦୦୦) ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ।

hiranchal ad1
Leave A Reply

Your email address will not be published.

2 × three =